ଚଣ୍ଡିଖୋଲ ୨୮।୮: ଯାଜପୁର ଜିଲ୍ଲା ଧର୍ମଶାଳାରେ ଦିନକୁ ଦିନ ରାଜନୈତିକ ବିବାଦ ବଢ଼ିବାରେ ଲାଗିଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ କୁମାରୀ ସ୍ଥିତ ଅଫିସ ସମ୍ମୁଖରୁ ଦୁଇଟି ଖୋକା ଜବତ ହୋଇଛି । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ୨ଟି ଖୋକା ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖରେ ଧର୍ମଶାଳାର ବିଜେଡିର କିଛି ନେତା ତଥା ଜିଲ୍ଲାପରିଷଦ ଜଳଧର ମହାନ୍ତି ଓ ଯୁବ ବିଜେଡି ସଭାପତି କ୍ଷିତୀଶ ନାୟକ ବିଧାୟକଙ୍କ ଅଫିସ ନିକଟକୁ ଆସି ବିଧାୟକଙ୍କ ସମର୍ଥକଙ୍କୁ ଧମକ ଚମକ ଦେବା ସହ ଫାଙ୍କା ଗୁଳି ଚାଳନା କରିଥିବା ବିଧାୟକଙ୍କ ସମର୍ଥକ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବୁଧବାର ଅଫିସ ସମ୍ମୁଖରୁ ଦୁଇଟି ଖୋକା ଜବତ କରିଛି ଧର୍ମଶାଳା ପୋଲିସ । ଅନ୍ୟପଟେ ଅଭିଯୋଗକୁ ନେଇ ଜିଲ୍ଲା ପରିଷଦ ତଥା ଧର୍ମଶାଳା ବ୍ଲକ ବିଜେଡି ସଭାପତି ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ।
You Can Read: