ଲୁଟେରାଙ୍କୁ କାବୁ କରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

Published By : Prameya-News7 Bureau | July 09, 2024 IST

ପୁରୀ ୦୯।୦୭ : ପୁଣି ଧରା ହେଲେ ମୋବାଇଲ୍‌ ଲୁଟେରା । ପୁରୀ ଚନ୍ଦନପୁର ବାଇପାସ୍‌ ନିକଟରେ ଥିବା ପୋନ ଦୋକାନରୁ ଚୋରି କରୁଥିବା ବେଳେ ତିନି ଜଣ ଲୁଟେରାଙ୍କୁ କାବୁ କରିଲେ ସ୍ଥାନୀୟଲୋକେ । ପରେ ସ୍ଥାନୀୟ ଲୋକେ ସମସ୍ତ ଲୁଟେରାଙ୍କୁ ପୋଲି ଜିମା ଦେଇଛନ୍ତି । 

ଖବର ଅନୁଯାୟୀ, ପୁରୀରେ ଚାଲିଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏହି ସମୟରେ ମଙ୍ଗଳବାର ଦିନ ଚନ୍ଦନପୁର ବାଇପାସ୍‌ ସମଯାଜପୁର ଓଭରବ୍ରିଜ୍‌ ନିକଟରେ ଥିବା ଏକ ଦୋକାନରୁ ତିନି ଜଣ ଲୁଟେରା ମୋବାଇଲ ଚୋରି କରୁଥିଲେ । ଏହି ସମୟରେ ହଠାତ୍‌ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ପୋଲିସ ସେମାନଙ୍କ ନିକଟରୁ ୧୦ରୁ ଅଧିକ ମୋବାଇଲ୍‌ ଜବତ ହୋଇଥିବା ବେଳେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି । 

  • puri
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.