ଖଣି ବିଭାଗ ଓ ପୋଲିସର ମିଳିଚତ ଚଢାଉ, ୩ ବାଲି ବୋଝେଇ ହାଇୱା ଜବତ

Published By : Prameya-News7 Bureau | January 24, 2025 IST

ଆନନ୍ଦପୁର ୧: ବାଲି ଚୋରି ରୋକିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ । ଖଣି ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇ ୩ଟି ବାଲି ବୋଝେଇ ହାଇୱା ଜବତ କରାଯାଇଛି । ଗୁରୁବାର ରାତିରେ ଖଣି ଅଧିକାରୀ ତାରିଣୀ ସିଂ, ସହକାରୀ ଖଣି ଅଧିକାରୀ ସୁରଜ ହେମ୍ବ୍ରମ, ନନ୍ଦିପଦା ଥାନା ଏସଆଇ ଅନୁପ କର ପ୍ରମୁଖ ଅଣା-ସମଣା ରାସ୍ତା ଓ ମରୈଗାଁ ଛକ ନିକଟରେ ଚଢ଼ାଉ କରି ୩ଟି ବେଆଇନ ବାଲି ବୋଝେଇ ହାଇୱା ଜବତ କରିଥିଲେ । ଜବତ ହାଇୱା ଗୁଡିକୁ ନନ୍ଦିପଦା ପୋଲିସ ହେପାଜତରେ ରଖାଯାଇଛି । ଦୁଇ ଜଣ ମାଲିକ ଜବତ ଗାଡି ଆଣିବାକୁ ଯାଇଥିବା ବେଳେ ନୂତନ ନିୟମ ଅନୁଯାୟୀ ଗୋଟିଏ ହାଇୱା ଉପରେ ୪ ଲକ୍ଷ ଓ ଆଉ ଗୋଟିଏ ହାଇୱା ଉପରେ ୩ ଲକ୍ଷ ଜରିମାନା ଧାର୍ଯ୍ୟ ହୋଇଥିବା ଖଣି ଅଧିକାରୀ ସୂଚନା ଦେଇଛନ୍ତି ।

You Can Read:

ଶୀଘ୍ର ଘୋଷଣା କରାଯାଉ ପିସିସି ସଭାପତିଙ୍କ ନାମ, କର୍ମୀଠୁ ନେତା ସମସ୍ତେ କରିଛନ୍ତି ଅପେକ୍ଷା : ସୋଫିଆ ଫିର୍ଦୋସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.