ଚନ୍ଦ୍ରଯାନ-୩ କାଉଣ୍ଟଡାଉନ୍, ମନ୍ଦିରରୁ ମସ୍‌ଜିଦ୍ ସବୁଠି ପ୍ରାର୍ଥନା

Published By : Prameya-News7 Bureau | August 23, 2023 IST

ଭୁବନେଶ୍ୱର ୨୩/୦୮: ଚନ୍ଦ୍ରଯାନ-୩ କାଉଣ୍ଟଡାଉନ୍ । ଆଉ କିଛି ଘଣ୍ଟାର ଅପେକ୍ଷା । ଇତିହାସ ରଚିବ ଭାରତ । ସନ୍ଧ୍ୟା ୬ଟା ୪ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଅବତରଣ କରିବ ବିକ୍ରମ ଲ୍ୟାଣ୍ଡର । ସାରା ବିଶ୍ବରେ ଏହାକୁ ନେଇ ଉତ୍କଣ୍ଠା । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଏହାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କହିଛି ଯେ ସବୁକିଛି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚାଲିଛି ।

wp:html /wp:html

ଚନ୍ଦ୍ରଯାନ-୩ ନିର୍ଦ୍ଧାରିତ ସମୟରେ ଅବତରଣ କରିବ । ଚନ୍ଦ୍ରଯାନ-୩ର ଆଭ୍ୟନ୍ତରୀଣ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ସଫ୍ଟ ଲ୍ୟାଣ୍ଡିଂ ପାଇଁ ସବୁ ଦିଗରୁ ସମର୍ଥ ରହିଥିବା ବେଳେ ନିର୍ଦ୍ଧାରିତ ସମୟରେ ହିଁ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯଇଛି । ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଭର୍ଚୁଆଲରେ ସଫ୍ଟ ଲ୍ୟାଣ୍ଡିଂ କାର୍ଯ୍ୟକ୍ରମରେ ସାମିଲ ହେବେ ।

wp:html /wp:html

ଏପଟେ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ସହ ଚନ୍ଦ୍ରାୟନ-୩ର ସଫଳ ଲ୍ୟାଣ୍ଡି ପାଇଁ ଦେଶର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଚାଲିଛି । ଏଥି ସହିତ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟାର ସିଧା ପ୍ରସାରଣ ପାଇଁ ଇସ୍ରୋ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏହି ପ୍ରସାରଣ ସନ୍ଧ୍ୟା ୫ଟା ୨୦ରେ ଆରମ୍ଭ ହେବ। ଇସ୍ରୋର ଅଫିସିଆଲ ୱେବ୍ ସାଇଟ୍, ୟୁଟ୍ୟୁବ୍ ଓ ଫେସ୍ ବୁକ୍ ପେଜ୍ ରେ ଲୋକମାନେ ଲାଇଭ୍ ଟେଲିକାଷ୍ଟ ଦେଖିପାରିବେ। ତା’ଛଡ଼ା ଡିଡି ନ୍ୟାସନାଲ ଚ୍ୟାନେଲରେ ମଧ୍ୟ ଏହାର ପ୍ରସାରଣ କରାଯିବ।

you can also read...

wp:embed {"url":"https://www.prameyanews7.com/isro-next-mission-nisar-aditya-and-gaganyaan/","type":"wp-embed","providerNameSlug":"prameya-news-7"}
https://www.prameyanews7.com/isro-next-mission-nisar-aditya-and-gaganyaan/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.