ଟଙ୍କା ନେଇ ପ୍ରଶ୍ନ କରିବା ମାମଲା, ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସଂସଦ ସଦସତ୍ୟ ରଦ୍ଦ

Published By : Prameya-News7 Bureau | December 08, 2023 IST

ନୂଆଦିଲ୍ଲୀ: ଟଙ୍କା ନେଇ ପ୍ରଶ୍ନ କରିବା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଛି । ସଦାଚାର କମିଟିର ପ୍ରସ୍ତାବ ଲୋକସଭାରେ ବହୁମତରେ ପାରିତ ହୋଇଛି । ଏହାପରେ ବାଚସ୍ପତି ଓମ୍ ବିର୍ଲା ତାଙ୍କ ସଦସ୍ୟତାକୁ ରଦ୍ଦ କରିଛନ୍ତି । ଏହାପରେ ଗୃହ କାର୍ଯ୍ୟକୁ ଆସନ୍ତା ୧୧ ତାରିଖ ଯାଏ ବାଚସ୍ପତି ଓମ୍ ବିର୍ଲା ମୁଲତବୀ ରଖିଛନ୍ତି ।

wp:html /wp:html

ଆଜି ମଧ୍ୟାହ୍ଣ ୧୨ରେ ମହୁଆ ମୋଇତ୍ରଙ୍କ ବିରୋଧରେ ଏଥିକ୍ସ କମିଟି ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ଯେଉଁଥିରେ ତାଙ୍କ ସଂସଦ ସଦସ୍ୟତା ରଦ୍ଦ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା । ଏହାପରେ ଲୋକସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ପରେ ଦୁଇଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ପ୍ରାୟ ଏକ ଘଣ୍ଟା ବିତର୍କ ଚାଲିବା ପରେ ରିପୋର୍ଟ ଉପରେ ଭୋଟିଂ ହୋଇଥିଲା । ଭୋଟିଂ ପରେ ମହୁଆ ମୋଇତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି । ଗୃହର ନିଷ୍ପତ୍ତି ପରେ ମହୁଆ ମୋଇତ୍ର କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ମୋ ବିରୋଧରେ କୌଣସି ପ୍ରମାଣ ନାହିଁ । ମୁଁ ଆଦାନୀଙ୍କ ପ୍ରସଙ୍ଗ ଉଠାଇଥିଲି ଓ ମୋତେ ଏହାର ଦଣ୍ଡ ମିଳିଛି ।

ମହୁଆ କହିଛନ୍ତି ଯୋ ମୋ ବିରୋଧରେ ସଠିକ ତଦନ୍ତ କରାଯାଇ ନାହିଁ । ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରିବା ପାଇଁ ଡକା ଯାଇ ନାହିଁ । କମିଟି ଏହି ମାମଲାରେ ମୂଳ ଯାଏ ତଦନ୍ତ କରିଥିଲେ ଏହି ନିଷ୍ପତ୍ତି ହୋଇନଥନ୍ତା । ସେ କହିଛନ୍ତି ଯେ ଜରୁରୀ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଏପରି କରାଯାଇଛି । ଏହାସହ ସେ କହିଛନ୍ତି ଯେ ସତ୍ୟପାଠରେ ଯାହା ଉଲ୍ଲେଖ କରାଯାଇ ନାହିଁ, ତାହା ଏହି ରିପୋର୍ଟରେ କୁହାଯାଇଛି । କ୍ୟାସ୍ ଓ ଗିଫ୍ଟ ନେଇ ପ୍ରଶ୍ନ କରିବାର କୌଣସି ପ୍ରମାଣ ନାହିଁ । ଏହି ମାମଲାରେ ଶୁଣାଣି ସମୟରେ ଏଥିକ୍ସ କମିଟି ସମ୍ପୃକ୍ତ ବ୍ୟବସାୟୀଙ୍କୁ କାହିଁକି ଡାକିଲେ ନାହିଁ ।

ପଢନ୍ତୁ: ବଢ଼ିଲା ମହୁଆ ମୋଇତ୍ରଙ୍କ ଅଡ଼ୁଆ: ଟଙ୍କା ନେଇ ପ୍ରଶ୍ନ ଅଭିଯୋଗରେ ସିବିଆଇ ତଦନ୍ତ ଆରମ୍ଭ

ଟିଏମସି ସାଂସଦଙ୍କ ବିରୋଧରେ ମତ ଆସିବା ପୂର୍ବରୁ ଗୃହରେ ଜୋରଦାର ହଙ୍ଗାମା ହୋଇଥିଲା । କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ଯେ ଏହି ମାମଲାରେ ମହୁଆ ମୋଇତ୍ରଙ୍କ ପକ୍ଷ ଶୁଣା ଯାଇନାହିଁ । ଏପରି କରିବା ଭୁଲ । ଅନ୍ୟପଟେ ମନୀଷ ତିୱାରୀ ଏହାକୁ ନ୍ୟାୟ ସିଦ୍ଧାନ୍ତ ବିରୋଧରେ ବୋଲି କହିଥିଲେ । ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କହିଥିଲେ ଯେ ମହୁଆଙ୍କୁ ନିଜ ପକ୍ଷରେ ବୟାନ ରଖିବା ପାଇଁ ୧୦ ମିନିଟ ସମୟ ଦିଆଯିବା ଦରକାର ।

ଏହା ଉପରେ ବାଚସ୍ପତି ଓମ୍ ବିର୍ଲା କହିଥିଲେ ଯେ ଏହା ପୁରୁଣା ପରମ୍ପରା ଅଟେ । ମୁଁ ଏହାର ଅନୁପାଳନ କରୁଛି । ଉଲ୍ଲେଖଯୋଗ୍ୟ ଯେ ୨୦୦୫ରେ ସୋମନାଥ ଚାଟାର୍ଜୀଙ୍କ ସମୟରେ ୧୦ ସାଂସଦଙ୍କୁ କ୍ୟାସ୍ ଫର୍ କ୍ୱେରୀ ମାମଲାରେ ସଂସଦରୁ ବହିଷ୍କାର କରାଯାଇଥିଲା । ସେତେବେଳେ ବି ସାଂସଦଙ୍କୁ କହିବାର ସୁଯୋଗ ଦିଆଯାଇ ନଥିଲା ।

wp:heading

କ'ଣ ଥିଲା ପୂରା ମାମଲା

/wp:heading

ସୂଚନା ଥାଉକି ଗୌତମ ଆଦାନୀ ବିରୋଧରେ ପ୍ରଶ୍ନ କରିବା ମହୁଆ ମୋଇତ୍ର ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଟଙ୍କା ନେବା ସହ ଦାମୀ ଉପହାର ମଧ୍ୟ ନେଇଥବା ବିଜେପି ସାଂସଦ ନିଶିକାନ୍ତ ଅଭିଯୋଗ କରିଥିଲେ । ଏନେଇ ସେ ପ୍ରଥମେ ଲୋକସଭା ସ୍ପିକର ଓ ଲୋକସଭା ଏଥିକ୍ସ କମିଟି ଦ୍ୱାରସ୍ଥ ହୋଇଥିଲେ । ଲୋକସଭା ଏଥିକ୍ସ କମିଟି ଏନେଇ ତଦନ୍ତ କରିବା ପରେ ମହୁଆଙ୍କ ସଦସ୍ୟ ରଦ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ ।

ଏସବୁ ମାମଲାର ଖୁଲାସା କରିଥିଲେ ମହୁଆଙ୍କ ବନ୍ଧୁ ତଥା ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହଦ୍ରାଇ । ମହୁଆଙ୍କ ସହ ତାଙ୍କର ସମ୍ପର୍କ ତିକ୍ତ ହେବା ପରେ ସେ ତାଙ୍କର ସମସ୍ତ ଗୁମର ବିଜେପି ସାଂସଦଙ୍କ ସମ୍ମୁଖରେ ଖୋଲି ଦେଇଥିଲେ । ଏହାପରେ ନିଶିକାନ୍ତ ଏହାକୁ ନେଇ ଅଭିଯୋଗ କରିଥିଲେ । ମହୁଆ ମୋଇତ୍ର ତାଙ୍କ ସାଂସଦ ଆଇଡିକୁ ମଧ୍ୟ ହୀରାନନ୍ଦାନୀଙ୍କୁ ଦେଇଥିଲେ । ଯାହା ଭାରତ ସମେତ ଆମେରିକା ଓ ଦୁବାଇରେ ବି ଖୋଲାଯାଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.