୧୪ ସହରରେ ପାରଦ ୩୫ ଡିଗ୍ରୀ ପାର୍, ଶୁଖିଲା ରହିବ ଦଶହରା, ଭିଜିପାରେ କୁମାରପୂର୍ଣ୍ଣିମା !

Published By : Prameya-News7 Bureau | October 11, 2024 IST

ଭୁବନେଶ୍ୱର, ୧୧/୧୦: କାଁ ଭାଁ ବର୍ଷା ଛାଡ଼ି ଦେଲେ ଦଶହରାକୁ ପାଗ ଶୁଖିଲା ରହିବା ସମ୍ଭାବନା । ସେହିପରି କୁମାର ପୂର୍ଣ୍ଣିମା ବେଳକୁ ରାଜ୍ୟରେ ବର୍ଷାର ଅଶଙ୍କା ରହିଛି । ଏଭଳି କିଛି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ଓଡ଼ିଶାରେ ୧୪ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ । ୧୫ରୁ ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ଗଞ୍ଜାମରୁ ପୁରୀ ପର୍ଯ୍ୟନ୍ତ ୧୫ରୁ ୧୮ ତାରିଖ ଭିତରେ ଉପକୂଳ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୬ରୁ ୧୮ ତାରିଖ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓ ୧୭-୧୮ ତାରିଖରେ ଉତ୍ତର ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୧୬ ଓ ୧୭ ତାରିଖରେ ଅଧିକ ବର୍ଷା ହୋଇପାରେ ।


Durga Puja 2024: Get all updated News, Videos and Photos of Durga Puja

 

ପାଣିପାଗ ବିଭାଗ ଆକଳନ ଅନୁସାରେ, ୧୧ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ୧୪ ଯାଏ ଏମିତି ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ୧୫ରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ବର୍ଷା ସମ୍ଭାବନା ଅଛି । ୧୬ରେ ଦକ୍ଷିଣ ଓଡ଼ିଶା ଏବଂ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ୧୪ଟି ସ୍ଥାନରେ ଗୁରୁବାର ଦିନର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ ଟପିଥିଲା । ଚାନ୍ଦବାଲି ୩୬ ଡିଗ୍ରୀ ଥିବା ବେଳେ ଟିଟିଲାଗଡ଼ ୩୬ ଡିଗ୍ରୀ ଥିଲା । ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ପାରଳାଖେମୁଣ୍ଡି, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, ଅନୁଗୁଳ ତାପମାତ୍ରା ମଧ୍ୟ ୩୫ ଡିଗ୍ରୀ ଉପରେ ଥିଲା । ପୁରୀ ସହରରେ ବି ପାରଦ ୩୫ ଡିଗ୍ରୀ ଡେଇଁଥିଲା । ଆର୍ଦ୍ରତା ପରିମାଣ ଅଧିକ ରହୁଥିବା ବେଳେ ତାତିର ଅନୁଭୂତି ଢେର ଅଧିକ ହେଉଛି ।

  • Durga Puja 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.