ରାତି ପାହିଲେ ମହାଶିବରାତ୍ରି, ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ

Published By : Prameya-News7 Bureau | February 25, 2025 IST

ଭୁବନେଶ୍ଵର: ରାତି ପାହିଲେ ମହାଶିବରାତ୍ରି। ଚଳଚଞ୍ଚଳ ହେଲାଣି ରାଜ୍ୟର ସମସ୍ତ ଶୈବପୀଠ। ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସକାଳ ପାଇଲେ ଲାଗିବ ଭକ୍ତଙ୍କ ଭିଡ଼। ତେବେ ଜାଗରକୁ ନେଇ ଲିଙ୍ଗରାଜ ମନ୍ଦିରରେ ଚାଲିଥିବା ବିବାଦର ସମାଧାନ ହୋଇଛି। ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି ସାରିବା ସହ ରାତି ୧୦ଟାରେ ମହାଦୀପ ଉଠାଇବାକୁ ସେବାୟତଙ୍କ ପକ୍ଷରୁ କୁହାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । 

ଆସନ୍ତାକାଲି ସନ୍ଧ୍ୟା ହେଲେ ଶୈବପୀଠରେ ଦୀପ ଜାଳିବେ ହଜାର ହଜାର ଶ୍ରଦ୍ଧାଳୁ। ଜାଗର ପାଇଁ ଝଲସୁଛି ଭୁବନେଶ୍ବରର ଏକାମ୍ର କ୍ଷେତ୍ର। ସେବାୟତଙ୍କ ମଧ୍ୟରେ ଥିବା ମନୋମାଳିନ୍ୟର ସମାଧାନ ହୋଇଛି।ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସମସ୍ତ ବିବାଦର ସମାଧାନ ହୋଇଛି। ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି ସାରିବା ସହ ରାତି ୧୦ଟାରେ ମହାଦୀପ ଉଠାଇବାକୁ ସେବାୟତଙ୍କ ପକ୍ଷରୁ କୁହାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୪୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଅଧିକାରୀ ମୁତୟନ ହେବେ । ଏହାସହ ଶ୍ରଦ୍ଧାଳୁଙ୍କ ଗମାନଗମନ ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି । ଭୋର ୪ଟା ୩୦ରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣ ମେଳା ଦର୍ଶନ । ୧୧ଟା ପରଠାରୁ ଆଡ଼କାଠି ଠାରେ ଦର୍ଶନ କରିବେ ଶ୍ରଦ୍ଧାଳୁ।  

Also read: ଜାଗର ଯାତ୍ରା ପୂର୍ବରୁ କପିଳାସରେ ଅଘଟଣ, ଦୋକାନ ଓ ଲୋକଙ୍କ ଉପରେ ମାଡ଼ିଗଲା ପୋଲିସ ଭ୍ୟାନ୍

ସେହିପରି ପୁରୀର ଲୋକନାଥ, ଆଠଗଡ଼ର ବାବା ଧବଳେଶ୍ବର, ଢେଙ୍କାନାଳର କପିଳାଶ, ନୟାଗଡ଼ ଶରଣକୁଳର ଲଡୁବାବାଙ୍କ ପୀଠରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଲୋକନାଥ ପୀଠରେ ସୁରକ୍ଷା ଦାୟିତ୍ବରେ ୧୧ ପ୍ଲାଟୁନ ପୋଲିସ ଫୋର୍ସ, ୧୪ ଇନ୍ସପେକ୍ଟର, ୬ ଡିଏସପି, ଜଣେ ଅତିରିକ୍ତ ଏସପି ମୁତୟନ ହେବେ। କପିଳାଶ ପୀଠରେ ୧୨ପ୍ଲାଟୁନ ପୋଲିସ ଫୋର୍ସ ମୃତୟନହେବେ।  ପୁରୀ ଲୋକନାଥଙ୍କ ପୀଠରେ ରାତି ୩ଟାରେ , ଧବଳେଶ୍ବରଙ୍କ ପୀଠରେ ରାତି ୧ଟାରେ, କପିଳାଶଙ୍କ ପୀଠରେ ଭୋର ୪ଟା ୨୦ରେ  ଓ ଲଡୁବାବାଙ୍କ ପୀଠରେ ୧୦ଟା ୩୦ରୁ ରାତି ୧୨ଟା ମଧ୍ୟରେ ମହାଦୀପ ଉଠିବାକୁ ନୀତିନିର୍ଘଣ୍ଟ ହୋଇଛି। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.