୫୦%ରୁ ଅଧିକ ଆସନ ଖାଲି ରହୁଥିବା ସବୁ ଟ୍ରେନ୍‌ରେ ଶସ୍ତା ହେବ A/C ଚେୟାର କାର ଓ ଏକଜ୍ୟୁକୁଟିଭ ଶ୍ରେଣୀ ଟିକେଟ୍, ଜାଣନ୍ତୁ କେତେ?

Published By : Prameya-News7 Bureau | July 09, 2023 IST

ନୂଆଦିଲ୍ଲୀ ୯।୭: ବନ୍ଦେଭାରତ ସମେତ ସେହି ସବୁ ଟ୍ରେନ୍‌ରେ ଏସି ଚେୟାର କାର ଓ ଏକଜ୍ୟୁକୁଟିଭ ଶ୍ରେଣୀ ରେଳ ଭଡାରେ ୨୫ ପ୍ରତିଶତ ରିହାତି ଦିଆଯିବ ଯେଉଁ ଟ୍ରେନରେ ୫୦ ପ୍ରତିଶତରୁ ଅଧିକ ସିଟ୍ ଖାଲି ପଡୁଥିବ। ରେଲୱେ ବୋର୍ଡ ଏକ ଆଦେଶରେ ଏହା କହିଛନ୍ତି। ଏହି ଭଡ଼ା ହ୍ରାସ ଦେଶରେ ତତ୍କାଳ ଲାଗୁ ହେବ। ‘ଅନୁଭୂତି’ ଓ ‘ଭିଷ୍ଟାଡୋମ’ ବଗି ମଧ୍ୟ ଏହି ରେଳ ଭଡ଼ା ରିହାତିରେ ସାମିଲ ହେବ। ରେଲୱେ ବୋର୍ଡଙ୍କ ଆଦେଶ ଅନୁସାରେ ରେଳ ଭଡାରେ ଏହି ରିହାତି ପ୍ରତିଯୋଗୀ ମାଧ୍ୟମର ଭଡା ଉପରେ ମଧ୍ୟ ନିର୍ଭର କରିବ।

୫୦% ଅଗ୍ନିବୀରଙ୍କୁ ସ୍ଥାୟୀ କ୍ୟାଡରରେ କରାଯାଇପାରେ ସାମିଲ, ଯୋଜନା ପ୍ରସ୍ତୁତ କରୁଛି ସେନା

ନିଷ୍ପତ୍ତି ଅନୁସାରେ ରେଳ ମନ୍ତ୍ରାଳୟ ରେଲୱେ ଜୋନ ମାନଙ୍କର ମୁଖ୍ୟ କମର୍ସିଆଲ ମ୍ୟାନେଜରମାନଙ୍କୁ ଏସି ସିଟ୍ ଟ୍ରେନର ରେଳଭଡ଼ାରେ ରିହାତି ନିମନ୍ତେ ପଦକ୍ଷେପ ନେବାକୁ କ୍ଷମତା ପ୍ରଦାନ କରିଛନ୍ତି। ରେଲୱେ ବୋର୍ଡ ଆଦେଶରେ କୁହାଯାଇଛି ଯେ ‘ଅନୁଭୂତି’ ଓ ‘ଭିଷ୍ଟାଡୋମ’ ବଗି ସମେତ ଏସି ସିଟ୍ ଥିବା ସବୁ ଟ୍ରେନର ଏସି ଚେୟାର କାର ଓ ଏକଜ୍ୟୁକୁଟିଭ କ୍ଲାସ୍ ଲାଗି ଏହି ଯୋଜନା ଲାଗୁ ହେବ। ଏହି ରିହାତି ମୂଳ ଭଡାରୁ ସର୍ବାଧିକ ୨୫ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ। ସଂରକ୍ଷଣ ଶୁଳ୍କ, ସୁପରଫାଷ୍ଟ ସରଚାର୍ଜ, ଜିଏସଟି ଓ ଅନ୍ୟ ଶୁଳ୍କ ପୃଥକ ନିଆଯିବ। ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟାକୁ ନେଇ କୌଣସି ଶ୍ରେଣୀ ଅଥବା ସବୁ ଶ୍ରେଣୀରେ ରିହାତି ଦିଆଯାଇପାରିବ।

{"id":814825,"width":838,"height":629,"sizeSlug":"full","linkDestination":"none"}

ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଗତ ୩୦ ଦିନ ହେଲା ଯେଉଁ ଟ୍ରେନ୍ ମାନଙ୍କରେ ୫୦ ପ୍ରତିଶତ ବା ଅଧିକ ସିଟ୍ ଖାଲି ଯାଉଛି ସେହି ସବୁ ଟ୍ରେନ ନେଇ ବିଚାର କରାଯିବ। ବରିଷ୍ଠ ରେଳ ଅଧିକାରୀମାନେ କହିଛନ୍ତି ଯେ ଏହି ଯୋଜନା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଲାଗି ମଧ୍ୟ ଲାଗୁ ହେବ। ସୂତ୍ରାନୁସାରେ ଭୋପାଲ-ଇନ୍ଦୋର ବନ୍ଦେଭାରତ ଏକ୍ସପ୍ରେସ୍‌ରେ ଜୁନ ମାସ ତମାମ ୨୯ ପ୍ରତିଶତ ଯାତ୍ରୀ ହେଉଥିଲେ। ସେହିପରି ଇନ୍ଦୋର-ଭୋପାଲ ଫେରନ୍ତା ଟ୍ରେନ୍‌ରେ ଏହି ପ୍ରତିଶତ ୨୧ରେ ସୀମିତ ଥିଲା।

ରାଜ୍ୟସଭା ନିର୍ବାଚନ ଲାଗି ପୁଣି ପ୍ରାର୍ଥୀପତ୍ର ଦାଖଲ କରିବେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଜାଣନ୍ତୁ କେବେ ସମାପ୍ତ ହେବ କାର୍ଯ୍ୟକାଳ?

ସେହିପରି ନାଗପୁର-ବିଳାଶପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କ ହାରାହାରି ଉପସ୍ଥିତି ୫୫ ପ୍ରତିଶତ ରହୁଛି। ତେବେ ଭୋପାଲ-ଜବଲପୁର ବନ୍ଦେଭାରତ ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କ ଉପସ୍ଥିତି ୩୨ ପ୍ରତିଶତ ପର୍ଯ୍ୟନ୍ତ ରହୁଛି। ଏଣୁ ଭଡା ରିହାତି ନିଷ୍ପତ୍ତି ନିଆଯାଇଥିବା ବେଳେ ଏହାକୁ ତତ୍କାଳ ଲାଗୁ କରାଯାଇଛି। ତେବେ ଛୁଟି ଓ ଉତ୍ସବ ଋତୁରେ ଏହି ଭଡା ରିହାତି ଯୋଜନା କାର୍ଯ୍ୟକାରୀ ହେବ ନାହିଁ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେଭାରତ ଏକ୍ସପ୍ରେସ୍‌ର ୨୮ତମ ରାକ୍‌ର ନୂଆ ରଙ୍ଗ ଜାତୀୟ ପତାକାକୁ ନେଇ ପ୍ରେରିତ ହେବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବନ୍ଦେ ଭାରତ ଟ୍ରେନ ମାନଙ୍କରେ ମୋଟ ୨୫ ପ୍ରକାରର ସଂଶୋଧନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.