ଘଟଗାଁ ୨୩।୧୦: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପାଣୁପଶି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗାଧୋଇବା ବେଳେ ପୋଖରୀରେ ବୁଡି ଦୁଇ ଛୁଆଙ୍କ ସହ ମା’ଙ୍କ ମୃତ୍ୟୁ ଘଟିଛି । ମୃତକ ପ୍ରଫୁଲ୍ଲ ମହାକୁଡ଼ଙ୍କ ପତ୍ନୀ କାମିନୀ ମହାକୁଡ଼ ଓ ୭ ବର୍ଷର ପୁଅ ଓମ୍ପ୍ରକାଶ ମହାକୁଡ଼ ଓ ୫ ବର୍ଷର ଝିଅ ସୁନୀତା ମହାକୁଡ଼ ।
ବୁଧବାର ପୂର୍ବାହ୍ନରେ ଘର ନିକଟରେ ଥିବା ପୋଖରୀକୁ ଦୁଇ ପୁଅ ଝିଅକୁ ନେଇ ମା କାମିନୀ ଗାଧୋଇବା ପାଇଁ ଯାଇଥିଲେ। ମା’ ଲୁଗା ସଫା କରିବା ସମୟରେ ପୁଅ-ଝିଅ ପୋଖରୀର ଗଭୀର ପାଣିରେ ବୁଡି ଯାଉଥିବା ଦେଖି ମା’ ଦୁଇ ଛୁଆଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ସେ ମଧ୍ୟ ଗଭୀର ପାଣିରେ ବୁଡି ଜୀବନ ହରାଇଛନ୍ତି । ନିକଟରେ ଥିବା ଛୋଟ ପୁଅଟି ଘରକୁ ଫେରି ଆସି ଜେଜେମାଙ୍କୁ ଜଣାଇବା ପରେ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ବହୁ ଉଦ୍ୟମ କରି ପୋଖରୀ ଭିତରୁ ମୃତ ଅବସ୍ଥାରେ ମା’ ଓ ଦୁଇ ଛୁଆଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ସମସ୍ତ ମୃତଦେହକୁ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ପୁରା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
You Can Read:
‘ଦାନା’ ପାଇଁ OCS ପ୍ରିଲିମ୍ ପରୀକ୍ଷା ସ୍ଥଗିତ, ୭ ଦିନ ପରେ ଧାର୍ଯ୍ୟ ହେବ ନୂଆ ତାରିଖ