ଜେଜେମା'ଙ୍କ ସହ ଯାଇଥିଲେ ଗାଧୋଇବାକୁ, ପୋଖରୀରେ ବୁଡ଼ି ଚାଲିଗଲା ୨ ଶିଶୁଙ୍କ ଜୀବନ

Published By : Prameya-News7 Bureau | April 24, 2025 IST

ବାସୁଦେବପୁର ୨୪।୪ପୋଖରୀରେ ବୁଡ଼ି ଚାଲିଗଲା ୨ ଶିଶୁଙ୍କ ଜୀବନ । ଭଦ୍ରକ ଜିଲ୍ଲା ସାନକୃଷ୍ଣପୁର ପଞ୍ଚାୟତ ଡିହସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା କସିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଚାନ୍ଦିମାଳ ଡିହସାହି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ମୃତ ଦୁଇ ଭଉଣୀ ହେଲେ ଗାଁର ବସନ୍ତ ମଲିକଙ୍କ ଦୁଇ ଝିଅ କ୍ରିଷ୍ନା ରାଣୀ ଓ କୋଏଲ ମଳିକ ବୋଲି ଜଣାପଡିଛି । ଗୁରୁବାର ସକାଳେ ଦୁଇ ଭଉଣୀ ଜେଜେମା'ଙ୍କ ସହିତ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଜେଜେମା' ଗାଧୋଇ ସାରି ଘରକୁ ଚାଲି ଆସିଥିଲେ । ହେଲେ ବସନ୍ତଙ୍କ ଦୁଇ ଝିଅ ନଫେରିବାରୁ ପରିବାର ଲୋକେ ଆସି ଖୋଜାଖୋଜି କରିଥିଲେ । ପରେ ପରିବାର ଲୋକେ ଉଭୟଙ୍କୁ ସଂଜ୍ଞହୀନ ଅବସ୍ଥାରେ ପାଇ ତୁରନ୍ତ ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ । ହେଲେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । 

You Can Read:

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷର ସହାୟତା ସହ ସ୍ତ୍ରୀଙ୍କୁ ଚାକିରି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.