ଡ୍ରେନ୍ କାମ ବେଳେ ଭୁଶୁଡିଲା କାନ୍ଥ, ଦୁଇ ଶ୍ରମିକ ଗୁରୁତର

Published By : Prameya-News7 Bureau | September 05, 2024 IST

ଭୁବନେଶ୍ବର ୫।୯: ଭୁବନେଶ୍ବର ଖଣ୍ଡଗିରି ଡୁମୁଡୁମା ରଘୁନାଥ ନଗରରେ ଭୁଶୁଡିଲା କାନ୍ଥ । କାନ୍ଥ ଭୁଶୁଡିବା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ରଘୁନାଥ ନଗରରେ ଥିବା ରାସ୍ତା କଡ ଡ୍ରେନ୍ ପାଇଁ ଖୋଳା ଆରମ୍ଭ ହେଉଥିଲା । ଡ୍ରେନ୍ ଖୋଳା କାମ ପାଇଁ ୬ରୁ ୭ ଜଣ ଶ୍ରମିକ କାମ କରୁଥିଲେ । ହଠାତ ଡ୍ରେନକୁ ଲାଗିକି ଥିବା ୬ ଫୁଟର ଇଟା କାନ୍ଥ ଭୁଶୁଡି ପଡିଥିଲା । କାନ୍ଥ କଡରେ କାମ କରୁଥିବା ଦୁଇ ଜଣଙ୍କ ଉପରେ କାନ୍ଥ ମାଡି ବସିଥିଲା । ଫଳରେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଥିଲେ । ଗୁରୁତର ଦୁଇ ଶ୍ରମିକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରିଥିଲେ ।

You Can Read:

ବ୍ୟାଙ୍କ୍‌ରୁ ୧୬ କୋଟି ଟଙ୍କା ଠକେଇ ଅଭିଯୋଗ : ମହିଳାଙ୍କ ସମେତ ୬ ଜଣଙ୍କୁ ବାନ୍ଧିଲା EOW

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.