ଆଠଗଡ଼ ୨୮।୦୨ : ସ୍ତ୍ରୀ ଆଗରେ ସ୍ୱାମୀକୁ ପିଟି ପିଟି ହତ୍ୟା ଘଟଣା । ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଦିପ୍ତୀରଞ୍ଜନ ଜେନାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଗୁରୁଡ଼ିଝାଟିଆ ପୋଲିସ ।
ଖବର ଅନୁଯାୟୀ, ଗତ ୧୬ ତାରିଖରେ ଗୁରୁଡ଼ିଝାଟିଆ ଥାନା ଓରିଙ୍ଗାବାଡ଼ି ଗାଁର ଦୁଇ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ ଯୁବକ ବିକ୍ରମ ଜେରାଇଙ୍କ ମୃତ୍ୟୁ ଘଟିଥିଲା ।ସାମାନ୍ୟ ବଚସାରୁ ଆଦିବାସୀ ଯୁବକଙ୍କ ଅତି ନିର୍ମମ ଭାବେ ହତ୍ୟାକାଣ୍ଡ କରାଯାଇଥିଲା । ଏପିରିକି ନିଜ ସ୍ତ୍ରୀ ଆଗରେ ସ୍ୱାମୀଙ୍କ ପିଟି ପିଟି ହତ୍ୟା କରିଥିଲେ ଅଭିଯୁକ୍ତ । ପରିବାର ପକ୍ଷରୁ ନ୍ୟାୟ ଏବଂ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ଆଗରେ ମୃତଦେହ ରଖି ଧାରଣା ଦେଇଥିଲେ ଆଦିବାସୀ ସଂଘ । ଏହାପରେ ପୋଲିସ ଘଟଣାର ତଦନ୍ତ କରି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ହେଲେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲେ । ଆଉ ଏବେ ଘଟଣାର ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ମୋଟ ୫ଜଣଙ୍କୁ ଗିରଫ କରିଛି ପୋଲିସ ।