ଜଳପ୍ରପାତରେ ବୁଡି ଦୁଇ ଡାକ୍ତରୀ ଛାତ୍ରୀ ମୃତ, ଝରଣା କୂଳରେ ବସିଥିବା ବେଳେ ମାଡିଆସିଲା ପାଣି

Published By : Prameya-News7 Bureau | September 23, 2024 IST

ମାଲକାନଗିରି ୨୩।୦୯ : ଜଳପ୍ରପାତରେ ବୁଡି ଦୁଇ ଡାକ୍ତରୀ ଛାତ୍ରୀ ମୃତ । ଏହାସହିତ ଜଣେ ଡାକ୍ତରୀ ଛାତ୍ରୀ ମଧ୍ୟ ନିଖୋଜ ଥିବା ଜଣାପଡିଛି । ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଏକ ଜଳପ୍ରପାତରେ ଏଭଳି ଅଘଟଣ ଘଟିଛି ।

ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲାର ମୋଟୁ ଠାରୁ ପ୍ରାୟ ୪୦ କିମି ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲାର ଜଳ ତରଙ୍ଗିନୀ ନାମକ ଝରଣା ଅଛି । ଯେଉଁଠିକି ୧୩ ଜଣ ଡାକ୍ତରୀ ଛାତ୍ର ବୁଲିବାକୁ ଯାଇଥିଲେ । ଜଳ ପ୍ରପାତ ନିକଟରେ ସମସ୍ତେ ବସିଥିବା ବେଳେ ହଠାତ୍‌ ପ୍ରଖର ସ୍ରୋତ ଆସିବାରୁ ୪ ଜଣ ଛାତ୍ରୀ ଓ ଜଣେ ଛାତ୍ର ପାଣି ମଧ୍ୟରେ ଭାସି ଯାଇଥିଲେ । ସେଠାରୁ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ଅନ୍ୟ ୩ ଜଣ ଛାତ୍ରୀ ପାଣି ମଧ୍ୟରେ ଭାସି ଯାଇଥିଲେ । ଉଦ୍ଧାର ହୋଇଥିବା ୨ ଜଣଙ୍କୁ ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯାହାଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି । 

ଅନ୍ୟପଟେ ପାଣିରେ ଭାସି ଯାଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ବେଳେ ଅନ୍ୟ ୨ ଜଣ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ରାତି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ସୋମବାର ସକାଳୁ ନିଖୋଜ ଛାତ୍ରୀଙ୍କ ତଲାସୀ ଅଭିଯାନ ଆରମ୍ଭ ହୋଇଥିବା ଜଣାପଡିଛି। ଏହି ଛାତ୍ରଛାତ୍ରୀ ମାନେ ଏଲୁର ମେଡିକାଲ କଲଜେର ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.