ଜାମ୍ମୁ କାଶ୍ମୀରର ଦୁଇଟି ସ୍ଥାନରେ ଏନକାଉଣ୍ଟର, ଅନନ୍ତନାଗରେ ୨ ଆତଙ୍କୀ ନିପାତ

Published By : Prameya-News7 Bureau | November 02, 2024 IST

କାଶ୍ମୀର ୦୨/୧୧: ଶନିବାର ସକାଳୁ ଜାମ୍ମୁ କାଶ୍ମୀରରେ ସେନା ଏବଂ ଆତଙ୍କବାଦୀଙ୍କ ଜାରି ରହିଛି ଗୁଳିବିନିମୟ । ଏହାରି ଭିତରେ ଅନନ୍ତନାଗରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ମାରି ଗଡାଇଛନ୍ତି । ସେହିଭଳି ଶ୍ରୀନଗରର ଖାନିଆରରେ ବି ସୁରକ୍ଷା ବାହିନୀ ଦୁଇରୁ ତିନି ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରି ରଖିଛନ୍ତି । 

କୁହାଯାଉଛି ଯେ ଜଣେ ସ୍ଥାନୀୟ ଅଣ କମାଣ୍ଡରଙ୍କ ସମେତ ୨ ରୁ ୩ ଜଣ ଲଶ୍କର ଆତଙ୍କବାଦୀଙ୍କୁ ଖାନିଆରରେ ସୁରକ୍ଷା ବାହିନୀ ଘେରାବନ୍ଦୀ କରି ରଖିଛନ୍ତି । ପୋଲିସ ଏବଂ CRPF ପକ୍ଷରୁ ମିଳିତ ଅପରେସନ୍ ଜାରି ରହିଛି । ସେହିପରି ଆତଙ୍କବାଦୀମାନେ ଗୋଟିଏ ଘର ଭିତରେ ଲୁଚି ରହି କ୍ରମାଗତ ଭାବେ ଗୁଳି ଚଳାଉଛନ୍ତି। ତେବେ ବିନା କୌଣସି ତ୍ରୁଟିରେ ସୁରକ୍ଷା କର୍ମୀମାନେ କୌଣସି ତ୍ରୁଟି ନକରି ଆତଙ୍କବାଦୀଙ୍କୁ ଧରିବାକୁ ଚାହୁଁଛନ୍ତି। 

ସୂଚନା ଥାଉକି, ଗତ କିଛିଦିନ ହେବ ଜାମ୍ମୁ କାଶ୍ମୀରରେ କିଛି ଦିନ ହେବ ଆତଙ୍କୀ ହମଲା ବଢିବାରେ ଲାଗିଛି । ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ଦିନ ବାନ୍ଦିପୋରା ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହା ପୂର୍ବରୁ ମଧ୍ୟ ଆତଙ୍କବାଦୀମାନେ ଅନେକ ଥର ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି ଏବଂ ସେନା ସହିତ ଏନକାଉଣ୍ଟର ହୋଇଛି । 

ଅକ୍ଟୋବର ୨୮ରେ ମଧ୍ୟ ଅଖନୋର ସେକ୍ଟରରେ ଆତଙ୍କବାଦୀଙ୍କ ସହ ଏକ ଏନକାଉଣ୍ଟର ହୋଇଥିଲା । ଏଥିରେ ଭାରତୀୟ ସେନାର ସାହସୀ କୁକୁର 'ଫାଣ୍ଟମ୍' ସହିଦ ହୋଇଥିଲା । ଆତଙ୍କବାଦୀମାନେ ସେନା କନଭେନ ଉପରେ ଗୁଳି ଚଳାଇଥିଲେ। ଆତଙ୍କବାଦୀମାନେ ଗୁଳି ଚଳାଇଥିବା ବେଳେ ଭାରତୀୟ ସୈନିକମାନେ ଆତଙ୍କବାଦୀଙ୍କୁ ଘେରି ରହିଥିଲେ । ଏହି ଅପରେସନରେ ତିନି ଜଣ ଆତଙ୍କବାଦୀଙ୍କୁ ହଟାଇ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିଲା ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.