ଦୁଇ ମନ୍ଦିରରୁ ଚୋରି ଘଟଣା, ଧରାପଡ଼ିଲେ ଦୁଇ ଚୋର

Published By : Prameya-News7 Bureau | October 05, 2024 IST

ବାଲିପାଟଣା ୫।୧୦: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଦିୱାନପାଟଣା ଏବଂ ପଇଡପାଟଣା ଗ୍ରାମ ମନ୍ଦିରରୁ ଚୋରି ଘଟଣାରେ ଆଉ ଜଣେ ଚୋରକୁ କାବୁ କଲା ପୋଲିସ । କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳରୁ କାବୁ କଲା ପୋଲିସ । ଚୋରି ଘଟଣାରେ ଏପର୍ଯ୍ୟନ୍ତ ୨ ଜଣ ଚୋରଙ୍କୁ କାବୁ କରିଛି ପୋଲିସ । 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଦିୱାନପାଟଣା ଗ୍ରାମର ଦୁଲ୍ଲା ଦେବୀ ମନ୍ଦିର ଏବଂ ପଇଡପାଟଣା ଗ୍ରାମର ବେଲେଶ୍ଵର ମନ୍ଦିରରୁ ଚୋରି ହୋଇଥିଲା । ମନ୍ଦିରରୁ ଲକ୍ଷାଧିକ ଟଙ୍କାର ମୂର୍ତ୍ତି, ସୁନା-ରୁପା ଅଳଙ୍କାର ଚୋରି କରିଥିଲେ ୪ରୁ ୫ଜଣ ଚୋର । ଚୋରି ବେଳେ ଗ୍ରାମର ଜଣେ ଯୁବକ ଦେଖିଥିଲେ । ତୁରନ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଜଣେ ଚୋରକୁ କାବୁ କରି ପୋଲିସ ଜିମା ଦେଇଥିଲେ । ତେବେ ଚୋରର ସୂଚନା ଆଧାରରେ ଆଉ ଜଣେ ଚୋରକୁ ପୋଲିସ ନିଆଳି ଅଞ୍ଚଳରୁ କାବୁ କରିଛି ।

You Can Read:


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.