ଉଦ୍ଧବଙ୍କୁ ୨୧, କଂଗ୍ରେସକୁ ୧୫ ଆସନ...ଶରଦ ପାୱାରଙ୍କ ଘରେ ସିଟ୍ ସେୟାରିଂକୁ ନେଇ ବାହାରିଲା ଫର୍ମୁଲା

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ବିରୋଧୀ ମହା ବିକାଶ ଅଘାଡ଼ି ନେତାଙ୍କ ଏକ ବୈଠକ ଶରଦ ପାୱାରଙ୍କ ଘରେ ହୋଇଛି । ଏହି ବୈଠକରେ ସମସ୍ତ ୪୮ ଲୋକସଭା ଆସନ ଭାଗ ବଣ୍ଟା ଉପରେ ଚର୍ଚ୍ଚା କରାଯାଇଛି । ପାୱାରଙ୍କ ଘରେ ହୋଇଥିବା ଏହି ବୈଠକରେ କଂଗ୍ରେସ ସହ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ଶିବସେନା (ୟୁବିଟି) ଏବଂ ଶରଦ ପାୱାରଙ୍କ ନେତୃତ୍ୱାଧିନ ଏନସିପିର ଶୀର୍ଷ ନେତା ସାମିଲ ହୋଇଥିଲେ ।

ସୂତ୍ର ଅନୁସାରେ ଯେଉଁ ଫର୍ମୁଲା ସ୍ଥିର କରାଯାଇଛି, ତାହା ଅନୁସାରେ ଉଦ୍ଧବ ଠାକରେଙ୍କ ଶିବ ସେନାକୁ ୨୧, କଂଗ୍ରେସକୁ ୧୫, ଏନସିପି ଶରଦ ପାୱାରକୁ ୯, ବିବିଏକୁ ୨ ଏବଂ ରାଜୁ ସେଟ୍ଟୀ ସ୍ୱାଭିମାନୀ ପକ୍ଷକୁ ଗୋଟିଏ ସିଟ୍ ଦିଆଯିବ । ତେବେ ଏହା ସିଟ୍ ସେୟାରିଂର କେବଳ ଏକ ସମ୍ଭାବିତ ଫର୍ମୁଲା । ଏହାପରେ ମେଣ୍ଟ ପକ୍ଷରୁ କୌଣସି ବୟାନ ଦିଆଯାଇ ନାହିଁ ।

ପଢନ୍ତୁ: ୨୦୨୪ ଲୋକସଭା ନିର୍ବାଚନ ଲଢିବେ ଏସ୍.ଜୟଶଙ୍କର ଓ ନିର୍ମଳା ସୀତାରମଣ, ପ୍ରଥମଥର ଭୋଟ ପାଇଁ ଯିବେ ଜନତାଙ୍କ ପାଖକୁ

ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମେଣ୍ଟରେ ନିର୍ବାଚନ ଲଢିଥିଲେ । ମହାରାଷ୍ଟ୍ରର ୪୮ ଲୋକସଭା ଆସନରୁ ବିଜେପି ୨୩ ଏବଂ ଶିବସେନା ୧୮ ଆସନ ଜିତିଥିଲା । ବିଜେପି-ଶିବସେନା ମେଣ୍ଟ ୫୧ ପ୍ରତିଶତ ଭୋଟ ସହ ୪୧ ଆସନରେ ବିଜୟୀ ହୋଇଥିଲା । କିନ୍ତୁ ଶିବସେନା ଭାଗ ହେବା ପରେ ୧୨ ସାଂସଦ ସିଏମ ସିନ୍ଦେଙ୍କ ସହ ଏବଂ ୬ ଜଣ ଉଦ୍ଧବ ଠାକରେଙ୍କ ସହ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.