ରାବଣଙ୍କର ସେହି ଅସମ୍ପୂର୍ଣ୍ଣ ସ୍ୱପ୍ନ, ଯାହା ପୁରା ହେବା ପରେ ବଦଳି ଯାଇଥାନ୍ତା ଦୁନିଆର ଚିତ୍ର

Published By : Prameya-News7 Bureau | October 13, 2024 IST

ନୂଆଦିଲ୍ଲୀ ୧୩।୧୦: ଦଶହରା, ଅଧର୍ମ ଉପରେ ଧର୍ମର ବିଜୟର ଉତ୍ସବ । ଦଶହରାରେ ରାବଣ ପୋଡ଼ି ହୋଇଥାଏ । ରାବଣ ଜଣେ ମହାନ ପଣ୍ଡିତ ଥିଲେ । ରାବଣ ନିଜର ବୁଦ୍ଧି ଏବଂ ଜ୍ଞାନ ପାଇଁ ଥିଲେ ଗର୍ବିତ । ଏହି କାରଣରୁ ସେ ନିଜକୁ ଇଶ୍ବର ବୋଲି ଭାବୁଥିଲେ । ରାବଣଙ୍କର ଏପରି କିଛି ସ୍ୱପ୍ନ ଥିଲା, ଯଦି ଏହା ପୂରଣ ହୋଇଥାନ୍ତି ତେବେ ଦୁନିଆର ଚିତ୍ର ବଦଳି ଯାଇଥାନ୍ତା । 

ରାବଣଙ୍କର ପ୍ରଥମ ସ୍ୱପ୍ନ ଥିଲା ସ୍ୱର୍ଗକୁ ଏକ ସିଡ଼ି ନିର୍ମାଣ କରିବା । ସେ ଚାହୁଁଥିଲେ ଲୋକମାନେ ଭଗବାନଙ୍କୁ ପୂଜା ନକରି ତାଙ୍କୁ ପୂଜା କରନ୍ତୁ । ଯାହା ଦ୍ବାରା ସେମାନେ ସ୍ୱର୍ଗକୁ ଯାଇପାରିବେ । ରାବଣ ସୁନାକୁ ବହୁତ ଭଲ ପାଉଥିଲେ । ଏଥିପାଇଁ ସେ ସୁନାର ଲଙ୍କାରେ ରହୁଥିଲେ । ରାବଣ ସୁନାରେ ସୁଗନ୍ଧ ଯୋଡିବାକୁ ଚାହୁଁଥିଲା । ଯେପରି ସୁଗନ୍ଧ ମାଧ୍ୟମରେ ସୁନା ଖୋଜିବାରେ କୌଣସି  ଅସୁବିଧା ହେବନି । 

ରାବଣ ରକ୍ତର ରଙ୍ଗ ପରିବର୍ତ୍ତନ କରିବାକୁ ଚାଲେ । ସେ ଯୁଦ୍ଧରେ ଅନେକ ଲୋକଙ୍କ ରକ୍ତ ବୁହାଇଥିଲେ । ଯେଉଁଥିପାଇଁ ସମଗ୍ର ପୃଥିବୀ ଲାଲ ହୋଇଯାଇଥିଲା । ସେ ଚାହୁଁଥିଲେ ଯେ ରକ୍ତର ରଙ୍ଗ  ଧଳା ହୋଇଯାଉ । ଯାହା ଦ୍ବାରା ଏହା ପାଣିରେ ସହଜରେ ମିଶିଯିବ । ଆଉ ତାଙ୍କର ଅତ୍ୟାଚାର ଲୁଚାଇ ପାରିବେ । 

ରାବଣ କଳାରଙ୍ଗର ଲୋକଙ୍କୁ ଗୋରା କରିବାକୁ ଚାହୁଁଥିଲେ । କାରଣ ରାବଣ ନିଜେ କଳା ରଙ୍ଗର ଥିଲେ । ତେଣୁ ସେ ଚାହୁଁଥିଲେ ଯେ ମାନବ ଜାତିର ସମସ୍ତ କଳା ଲୋକ ଗୋରା ହୋଇଯାଆନ୍ତୁ । ଯେପରି କୌଣସି ମହିଳା ସେମାନଙ୍କୁ ଅପମାନିତ କରିପାରିବେନି ।

ରାବଣ ଚାହୁଁଥିଲେ ମଦରୁ ଦୁର୍ଗନ୍ଧ ଦୂର କରିଦେବାକୁ । ଯାହା ଦ୍ବାରା ସମସ୍ତେ ଦୁର୍ଗନ୍ଧ ବିନା ମଦ୍ୟପାନ କରି ଉପଭୋଗ କରିପାରିବେ। ରାବଣ ଜାଣିଥିଲେ ଯେ ପୃଥିବୀରେ କମ୍ ପାନୀୟ ଜଳ ଅଛି । ସେ ଚାହୁଁଥିଲେ ସମୁଦ୍ର ଜଳ ମିଠା ହୋଇଯାଉ । ଏପରି ହେଲେ ପାନୀୟ ଜଳର ସମସ୍ୟା ସବୁଦିନ ପାଇଁ ଶେଷ ହୋଇଯିବ ।  କିନ୍ତୁ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.