ବଜେଟ୍-୨୦୨୫ରେ ଲିଥିୟମ୍ ବ୍ୟାଟେରୀ ଏବଂ ଜାତୀୟ ଉତ୍ପାଦନ ମିଶନକୁ ନେଇ ବଡ଼ ଘୋଷଣା, ଶସ୍ତା ହେବ ଇଲେକ୍ଟ୍ରିକ୍ ଗାଡ଼ି !

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୫-୨୬ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍ ଉପସ୍ଥାପିତ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ ଇନିଂସର ୟୁନିଅନ୍ ବଜେଟ୍ ୨୦୨୫ । ଏହି ବଜେଟ୍‌ରେ କୃଷକ, ମହିଳା, ଶିକ୍ଷା, ଚିକିତ୍ସା, ଏମଏସଏମଇ ଏବଂ ଷ୍ଟାର୍ଟଅପ୍‌ ବ୍ୟତୀତ ଉତ୍ପାଦନ କ୍ଷେତ୍ର ପାଇଁ ଅନେକ ବଡ଼ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଘୋଷଣା ମଧ୍ୟରୁ ଇଲେକ୍ଟ୍ରିକ୍ ଗାଡ଼ିରେ ବ୍ୟବହୃତ ଲିଥିୟମ୍ ଏୟାର ବ୍ୟାଟେରୀ ଉତ୍ପାଦନରେ ରିହାତି ମଧ୍ୟ ସାମିଲ ରହିଛି । ଏହା ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ଶସ୍ତା କରିବ ବୋଲି ଆଶା କରାଯାଉଛି ।

ବଜେଟ୍ ଅଭିଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, କୋବାଲ୍ଟ ପାଉଡର ଏବଂ ବର୍ଜ୍ୟବସ୍ତୁ, ଲିଥିୟମ୍-ଆୟନ ବ୍ୟାଟେରୀର ସ୍କ୍ରାପ୍, ସୀସା, ଜିଙ୍କ ଏବଂ ଅନ୍ୟାନ୍ୟ ୧୨ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥକୁ ଛାଡ଼ କରାଯିବ । ଏହା ବ୍ୟତୀତ ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ଲିଥିୟମ୍-ଆୟନ ବ୍ୟାଟେରୀ ଉତ୍ପାଦନ ପାଇଁ ୩୫ ଅତିରିକ୍ତ ବସ୍ତୁର ସୀମା ଶୁଳ୍କରୁ ଛାଡ଼ କରାଯିବ।

You Can Read:

Union Budget 2025 : ୧୨ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

  • Union Budget
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.