ବିନିକାରେ ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ, ଅଂଶୁଘାତଜନିତ ଅଭିଯୋଗ

Published By : Prameya-News7 Bureau | June 11, 2024 IST

ବିନିକା ୧୧।୬: ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ  ପୁଣି ଏକ ଅସ୍ବାଭାବିକ ମୃତ୍ୟୁ ହୋଇଛି । ପରିବାର ଲୋକେ ଏହା ଅଂଶୁଘାତଜନିତ ବୋଲି ଦାବି କରୁଛନ୍ତି । ପୋଷ୍ଟ ମର୍ଟମ ପରେ ସତ୍ୟାସତ୍ୟ ପଦାକୁ ଆସିବ । ମୃତ ବ୍ୟକ୍ତି ଜଣକ ହେଲେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଖେମାଲୋଇ ଗ୍ରାମର ଦିଲ୍ଲୀପ ଡୁଗୁରିଆ । ତାଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡିଛି l ଦିଲ୍ଲୀପ ଜଣେ ଦିନ ମଜୁରିଆ l ସେ କୂଅ ଖୋଳା କାମ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ସୋମବାର ସେ କୂଅ ଖୋଳୁଥିବା ବେଳେ ଅସୁସ୍ଥ ହୋଇପଡ଼ି ଉଲୁଣ୍ଡା ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଭଲ ଲାଗିବାରୁ ସେ ବୁଧବାର ପରିବାର ସହିତ ବିନିକାକୁ ଆସିଥିଲେ । ଅବସ୍ଥା ପୁଣି ଖରାପ ହେବାରୁ ତାଙ୍କୁ ବିନିକା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବିନିକା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି l ପରିବାର ଲୋକେ ଏହା ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ପରେ ସତ୍ୟାସତ୍ୟ ଜଣାପଡିବ ।

You Can Read :

ଶିକାର କରିବାକୁ ଯାଇ ତୀର ମାଡ ଖାଇଲେ ଯୁବକ, ମେଡିକାଲରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.