ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ

Published By : Prameya-News7 Bureau | March 30, 2025 IST

ଭୁବନେଶ୍ବର ୩୦: ଓଡ଼ିଶା ୱାଟର ସପ୍ଲାଏ ଆଣ୍ଡ ସ୍ୱେରେଜ୍‌ ବୋର୍ଡ (OWSSB) ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁ ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗିରଫ ଅଧିକାରୀଙ୍କର ୩ଟି ବହୁତଳ କୋଠା, ଜଟଣୀରେ ୨ଟି ପ୍ଲଟ୍ ଠାବ ହେବା ସହ ୨୦୦ ଗ୍ରାମ୍ ସୁନା ଜବତ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳୁ  ଭିଜିଲାନ୍ସ ଟିମ୍‌ ଦେବାଶିଷ ସାହୁଙ୍କ ଜଟଣୀ ସ୍ଥିତ   ଘର, ଭୁବନେଶ୍ୱର ଅଫିସ୍‌, ପୈତୃକ  ଘର, କଟକ ଚୌଦ୍ୱାରରେ ଥିବା  ସମ୍ପର୍କୀୟଙ୍କ ଘର ସହ ମୋଟ୍‌ ୭ଟି  ସ୍ଥାନରେ ଚଢ଼ଉ କରିଥିଲା । ଏହି  ସମୟରେ ତାଙ୍କ ନିକଟରୁ ୧୦ କୋଟିରୁ  ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା ।    ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ଜଟଣୀ କଲେଜ୍‌ ରୋଡ୍‌ରେ   ଦୁଇ ମହଲା ଘର । ଯାହା ୬୩୦୦  ବର୍ଗଫୁଟ୍‌ରେ ଠିଆ ହୋଇଛି । ଜଟଣୀ  ପଟେଲ୍‌ ମାର୍ଗରେ ୨୫୦୦ ବର୍ଗଫୁଟ୍‌ରେ  ରହିଛି ଆଉ ଏକ ଦୁଇ ମହଲା ଘର ।  ସେହି ପଟେଲ୍‌ ମାର୍ଗରେ ୪୮୦୦  ବର୍ଗଫୁଟ୍‌ରେ ତିଆରି ଚାଲିଛି ୩ ମହଲା  ଘର, ବନଦୁର୍ଗା ମାର୍କେଟ୍‌ କମ୍ପେ୍ଲକ୍ସରେ  ୨ଟି ଘର ଠାବ ହୋଇଛି । ଏହାଛଡା  ତାଙ୍କ ଆଇଗଣିଆ ପୈତୃକ ଘରେ  ଚଢ଼ଉ ସମୟରେ ୧ ଲକ୍ଷ ୫୭ ହଜାର  ଟଙ୍କା, ୨୦୦ ଗ୍ରାମ୍‌ ସୁନା ଅଳଙ୍କାର,  ୫୬ ଲକ୍ଷ ଟଙ୍କା ବୀମା ଓ ବ୍ୟାଙ୍କ୍‌ ଜମା,  ୩ଟି ବାଇକ୍‌ ଓ ୧୦ ଲକ୍ଷ ଟଙ୍କା ମୂଲ୍ୟର  ଦାମୀ ଗୃହ ଉପକରଣ ଠାବ ହୋଇଛି ।  ସେ ତାଙ୍କ ସମ୍ପର୍କୀୟଙ୍କ ନାଁରେ  ଅନେକ ସମ୍ପତ୍ତି କରିଥିବା ଭିଜିଲାନ୍ସ  ଜାଣିବାକୁ ପାଇଛି । 

ଶନିବାର ଭୋର  ସମୟରୁ ଆରମ୍ଭ ହୋଇଥିବା ଚଢ଼ଉ  ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା । ଏହି ଚଢ଼ଉ  ସମୟରେ ୭ ଜଣ ଡିଏସ୍‌ପି, ୯ ଜଣ  ଇନ୍ସପେକ୍ଟର, ୧୦ ଜଣ ଏଏସ୍‌ଆଇ ଓ  ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

You Can Read:

ସମୟ ନଦେଇ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କଲା ଟାଟା ପାୱାର, ପ୍ରତିବାଦରେ ଧାରଣାରେ ବସିଲେ ଗ୍ରାମବାସୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.