ଭୁବନେଶ୍ୱର ୧୮।୧୧ : ସିଭିଲ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍ । ସିଭିଲ ଇଞ୍ଜିନିୟର ସୁବାସ ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍ । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।
ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଡିଭିଜନ PHWCର ଡେପୁଟି ମ୍ୟାନେଜର ସୁବାସ ପଣ୍ଡାଙ୍କ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଥିଲେ । ସୋମବାର ସକାଳୁ ସକାଳୁ ଏକାସାଙ୍ଗେ ୪ଟି ସ୍ଥାନରେ ଚଢାଉ ହେଉଛି । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱର ଭରତପୁର ଅଞ୍ଚଶ, ବରିମୁଣ୍ଡ ହୋଇଥିବା ବେଳେ ବ୍ରହ୍ମପୁରର ୨ଟି ସ୍ଥାନ ରହିଛି । ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତି ଜବତ ହୋଇଛି । ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।