କ୍ରିକେଟ୍‌ ଗଡ୍‌ଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆରେ ମାରିଲେ ୫୦ ତମ ଶତକ

Published By : Prameya-News7 Bureau | November 15, 2023 IST

ମୁମ୍ବାଇ: ଦିନିକିଆରେ ଇତିହାସ ରଚିଲେ ବିରାଟ କୋହଲି। ଭାଙ୍ଗିଦେଲେ କ୍ରିକେଟ୍‌ ଗଡ୍‌ ସଚ୍ଚିନ ତେନ୍ଦୁଲକରଙ୍କ ରେକର୍ଡ।  ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱକପ୍‌ର ସେମିଫାଇନାଲରେ କୋହଲି ଶତକ ମାରିବା ସହ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି। ସେ ଦିନିକିଆ ୫୦ଟି ଶତକ ହାସଲ କରିଛନ୍ତି। ଏହାସହ ସେ ତେନ୍ଦୁଲକରଙ୍କ ରେକର୍ଡକୁ ଭାଙ୍ଗିଛନ୍ତି।

wp:html /wp:html

କୋହଲି ୧୧୩ ଟି ବଲ୍‌ରେ ୧୧୭ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ଏଥିରେ ୨ଟି ଛକା ଓ ୯ଟି ଚୌକା ରହିଛି। ଶତକ ପରେ ଦର୍ଶକଙ୍କ ତାଳିରେ କମ୍ପିଥିଲା ଓ୍ୱାଙ୍ଖଡେ ଷ୍ଟାଡିୟମ।

ସୂଚନାଯୋଗ୍ୟ ଯେ, ବିରାଟ କୋହଲି ବର୍ତ୍ତମାନ ୨୯୧ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି।  ଦିନିକିଆ ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ ୧୮୩ ରନ୍‌ ତାଙ୍କର ସର୍ବାଧିକ ସ୍କୋର ରହିଛି । ଏବେ ସୁଦ୍ଧା ୫୦ଟି ଶତକ ହାସଲ କରିଥିବା ବେଳେ ୭୧ଟି ଅର୍ଦ୍ଧଶତକ ପୂରଣ କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.