୯ ବର୍ଷ ପରେ ଓ୍ୱିକେଟ୍‌ ନେଲେ କୋହଲି, ଖୁସିରେ ଝୁମିଲେ ପତ୍ନୀ ଅନୁଷ୍କା

Published By : Prameya-News7 Bureau | November 12, 2023 IST

ବେଙ୍ଗାଲୁରୁ: ନେଦରଲ୍ୟାଣ୍ଡ ବିପକ୍ଷ ବିଶ୍ୱକପ୍‌ର ଶେଷ ଲିଗ୍‌ ମ୍ୟାଚ୍‌ରେ ବିରାଟ କୋହଲି ବୋଲିଂ କରିଥିଲେ, କେବଳ ବୋଲିଂ କରିଥିଲେ ତାହା ନୁହେଁ, ବରଂ ଓ୍ୱିକେଟ୍‌ ବି ନେଇଥିଲେ। ୯ ବର୍ଷ ପରେ ଓ୍ୱିକେଟ୍‌ ନେଇଛନ୍ତି ବିରାଟ। ତେବେ ବିରାଟଙ୍କ ଓ୍ୱିକେଟ୍‌ ନେବା ଖୁସିରେ ଝୁମି ଉଠିଥିଲେ ପତ୍ନୀ ଅନୁଷ୍କା। ଏପରିକି ଗ୍ରାଉଣ୍ଡରୁ ବିରାଟ ଖୁସି ଜାହିର କରିଥିବା ବେଳେ ଷ୍ଟାଡିୟମ ବକ୍ସରେ ଥାଇ ଅନୁଷ୍କା ଥମ୍ବ(Thumb) ଦେଖାଇଥିଲେ।

କୋହଲି ବୋଲିଂ ଆରମ୍ଭ କରିବା କ୍ଷଣି ଦର୍ଶକଙ୍କ କୋହଲି.. କୋହଲି ନାରାରେ ପ୍ରକମ୍ପିତ ହେଉଥିଲା ଷ୍ଟାଡିୟମ। ରୋହିତ ଶର୍ମାଙ୍କ ବିଶ୍ୱାସକୁ ଜିତିଛନ୍ତି କୋହଲି। ତାଙ୍କର ବ୍ୟକ୍ତିଗତି ଦ୍ୱିତୀୟ ଓଭରରେ ୱିକେଟ୍ ନେଇଛନ୍ତି କୋହଲି।

wp:html /wp:html

କୋହଲି ୱିକେଟ୍ ନେବା ମାତ୍ରେ ଅନୁଷ୍କା ଶର୍ମା ହସିବା ବନ୍ଦ କରିପାରିନଥିଲେ। କୋହଲିଙ୍କ ଦ୍ୱିତୀୟ ଏବଂ ଇନିଂସର ୨୫ ତମ ଓଭରରେ କୋହଲିଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ ନେଦରଲ୍ୟାଣ୍ଡର ଅଧିନାୟକ ସ୍କଟ ଏଡୱାର୍ଡସ। ଓ୍ୱିକେଟ୍‌ ନେବା ମାତ୍ରେ ସ୍ୱାମୀଙ୍କ ସଫଳତା ଦେଖି ଅନୁଷ୍କା ଶର୍ମା ଜୋରରେ ହସୁଥିଲେ ଓ ଖୁସି ଜାହିର କରିଥିଲେ।

wp:html
/wp:html

ଏହା ବିରାଟଙ୍କ ଦିନିକିଆ କ୍ୟାରିଅର୍‌ର ୫ମ ଓ୍ୱିକେଟ୍‌ ଥିଲା। ଏହାଛଡା ସେ T20 ଆନ୍ତର୍ଜାତିକ ମ୍ୟାଚ୍‌ରେ ୪ ଓ୍ୱିକେଟ୍‌ ନେଇଛନ୍ତି। ସମୁଦାୟ ଦେଖିବାକୁ ଗଲେ ଏହା ଇଣ୍ଟରନ୍ୟାସନାଲ ମ୍ୟାଚ୍‌ର ନବମ ଓ୍ୱିକେଟ୍। ୯ ବର୍ଷ ପରେ ଓ୍ୱିକେଟ୍‌ ନେବାର ସୁଯୋଗ ପାଇଛନ୍ତି କୋହଲି। ତେବେ ଏହାପୂର୍ବରୁ ପାଣ୍ଡ୍ୟାଙ୍କ ଓଭର୍‌ ସରିଥିବାରୁ ବାକି ବଲ୍‌ ପକାଇବାର ଥିଲା। ତେବେ ଲଗାତାର ଭାବେ କୋହଲି ବୋଲି କରିବା ପାଇଁ ଅନୁରୋଧ କରିଯାଇଥିଲା। କୋହଲି ଉପରେ ଭରସା ରଖି ଆଜି ବୋଲିଂ କରିବାକୁ ଦେଇଥିଲେ ରୋହିତ୍।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.