୨ ମାସ ଭିତରେ ଟ୍ରାକ୍‌ରେ ଦୌଡ଼ିବ ବନ୍ଦେ ଭାରତ ସ୍ଲିପର, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ବୟାନ

Published By : Prameya-News7 Bureau | June 15, 2024 IST

ନୂଆଦିଲ୍ଲୀ: ପାର୍ବଣରୁ ଆରମ୍ଭ କରି ଗ୍ରୀଷ୍ମ ଛୁଟି ଏବଂ ବିବାହ ଋତୁରେ ଭାରତୀୟମାନେ ଟ୍ରେନ ଯାତ୍ରା କରିଥାନ୍ତି । ତେବେ କନଫର୍ମ ଟିକଟ୍ ପାଇବାରେ ପାଇଁ ବହୁ ସମସ୍ୟା ଭୋଗିଥାନ୍ତି । ଭାରତୀୟ ରେଳ ଏହି ସମସ୍ୟାର ସମାଧାନ ପାଇଁ ଲଗାତାର ଉଦ୍ୟମ ମଧ୍ୟ କରୁଛି, ଯେଉଁଥିରେ ସ୍ପେଶାଲ ଟ୍ରେନ ଚଲାଇବା ସାମିଲ ରହିଛି । ଏହାରି ଭିତରେ ଶନିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ କେବଳ ୨ ମାସ ଭିତରେ ଦେଶରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଦୌଡ଼ିବ ।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ୱାଦିକଙ୍କୁ କହିଛନ୍ତି ଯେ ସରକାର ଟ୍ରେନରେ ୱେଟିଂ ସମସ୍ୟାର ସମଧାନ ପାଇଁ ଲଗାତାର ଉଦ୍ୟମ କରୁଛି । ଅନ୍ୟପଟେ ଆଗାମୀ ୬୦ ଦିନ ଭିତରେ ବନ୍ଦେ ଭାରତ ସ୍ଲିପର ଟ୍ରାକରେ ଗଡ଼ିବା ଆରମ୍ଭ କରିବ । ରେଳ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ୨ ଟ୍ରେନ୍ ସେଟ୍ ଏଥିପାଇଁ ପ୍ରସ୍ତୁତ ଅଛି । ଏହି ଦୁଇ ଟ୍ରେନରେ ଆଗାମୀ ୬ ମାସ ଯାଏ ଟେଷ୍ଟିଂ ହେବ । ଏହାପରେ ଏହାକୁ ଲୋକଙ୍କ ସେବା ପାଇଁ ଆରମ୍ଭ କରାଯିବ । ବର୍ତ୍ତମାନ ସମୟରେ ବନ୍ଦେ ଭାରତ ସ୍ଲିପର ପାଇଁ ୪ କୋଚ୍ ବିଶିଷ୍ଟ ଏକ ବେସିକ ଟ୍ରେନ୍ ସେଟ୍ ତିଆରି କରାଯାଇଛି ।

ସରକାରଙ୍କ ଯୋଜନା ଅନୁସାରେ ଆଗାମୀ ପାଞ୍ଚ ବର୍ଷରେ ପ୍ରାୟ ୪୦୦ ବନ୍ଦେ ଭାରତ ଟ୍ରେନକୁ ଟ୍ରାକରେ ଓହ୍ଲାଇବା ଲକ୍ଷ୍ୟ ରହିଛି । ରେଳ ମନ୍ତ୍ରୀ କହିଛନ୍ତି ଯେ ଚଳିତ ଥର ଭିଡକୁ କମ କରିବା ପାଇଁ ଗ୍ରୀଷ୍ମ ଋତୁରେ ଟ୍ରେନର ୧୯,୮୩୭ ଟ୍ରିପ୍ ବଢାଯାଇଛି । ଚଳିତ ଥର ଗ୍ରୀଷ୍ମ ଋତୁରେ ପ୍ରାୟ ୪ କୋଟି ଅଧିକ ଲୋକ ଟ୍ରେନରେ ଯାତ୍ରା କରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.