ଆଷାଢ଼ ଯାଇ ଶ୍ରାବଣ ଆସିଲାଣି : ବର୍ଷା ଖେଳୁଛି ଲୁଚକାଳି, ଚାଷ ପାଇଁ କାଳ ହେଲାଣି ଦୁର୍ବଳ ମୌସୁମୀ

Published By : Prameya-News7 Bureau | July 04, 2023 IST

ଭୁବନେଶ୍ୱର ୦୪।୦୭ : ଆଷାଢ ଯାଇ ଶ୍ରାବଣ ଆସିବାକୁ ବସିଲାଣି ହେଲେ ଜମିରେ ନାହିଁ ପାଣି । ଚାଷ ପାଇଁ ଆବଶ୍ୟକତା ଅନୁଯାୟୀ ବର୍ଷା ହୋଇ ନଥିବାରୁ ସାରା ରାଜ୍ୟରେ ମରୁଡି ସ୍ଥିତି ଉପୁଜିବା ଆଶଙ୍କା ଦେଖାଦେଲାଣି। କେବଳ ରାଜ୍ୟ କାହିଁକି ଦେଶର ମଧ୍ୟ ନିଆଣ୍ଟିଆ ବର୍ଷା ଦେଖାଦେଇଥିବା ବେଳେ ରାଜ୍ୟରେ ମୌସୁମୀ ଦୁର୍ବଳ।

ବାହୁଡା ସରିଲା ହେଲେ ବିହୁଡା ହେଲାନାହିଁ । ଆଷାଢ ଯାଇ ଶ୍ରାବଣ ଆସିବାକୁ ବସିଳାଣି ହେଲେ ଜମିରେ ପାଣି ନାହିଁ । ବର୍ଷା ଆଭାବରୁ ଅନେକ ସ୍ଥାନରେ ତଳି ମଧ୍ୟ ପଡିନାହିଁ । ଆବଶ୍ୟକ ଅନୁଯାୟୀ ବର୍ଷା ନହେବା ଫଳରେ ଅଧିକାଂଶ ଅଞ୍ଚଳରେ ଚାଷ କାର୍ଯ୍ୟ ପଛରେ ପଡିଛି । ଅଖିମୁଠୀ ଅନୂକୁଳ ପରେ ଚାଷୀ କ୍ଷେତରେ ହଳ ବୁଲାଇ ଧାନ ବୁଣିଥିଲେ । କିନ୍ତୁ ଜୁନ ମାସରେ ବର୍ଷାର ଅଭାବ କାରଣରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ। ଧାନ କ୍ଷେତ ଫାଟି ଆଁ କରିଛି। ବର୍ଷା ଉପରେ ନିର୍ଭର କରୁଥିବା ଚାଷୀ ମୁଣ୍ଡରେ ହାତଦେଇ କେବଳ ବର୍ଷାକୁ ଚାହିଁ ବସିଛି ହେଲେ ବର୍ଷାର ନାଁ ଗନ୍ଧ ନାହିଁ । ରାଜ୍ୟ ସମେତ ଦେଶରେ ନିଆଣ୍ଟିଆ ବର୍ଷା ପାଇଁ ମରୁଡି ଆଶଙ୍କା ଉପୁଜିଲାଣି ।

wp:embed {"url":"https://www.prameyanews7.com/87-accused-were-arrested-for-stealing-from-tourists-during-the-rathayatra/","type":"wp-embed","providerNameSlug":"prameya-news-7"}
https://www.prameyanews7.com/87-accused-were-arrested-for-stealing-from-tourists-during-the-rathayatra/
/wp:embed

ରାଜ୍ୟରେ ମୌସୁମୀ ସଂପୂର୍ଣ୍ଣ ଦୂର୍ବଳ ହୋଇ ପଡିଛି । ସେଥିପାଇଁ ଜୁନ୍ ମାସରେ ଯେତିକି ବର୍ଷା ହେବା କଥା ସେତିକି ହୋଇନାହିଁ । ସାରା ଦେଶରେ ନିଅଣ୍ଟିଆ ବର୍ଷାକୁ ନେଇ ସ୍ଥିତି ସଂଗୀନ । ଦେଶରେ ସ୍ବଭାବିକ ଠାରୁ ୧୦ ପ୍ରତିଶତ କମ୍ ବର୍ଷା ହୋଇଛି । ଅନେକ ରାଜ୍ୟରେ ସ୍ବଭାବିକ ଠାରୁ ୬୦ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ଆକଳନ କରିଛି ଜୁଲାଇ ୧୫ ପର୍ଯ୍ୟନ୍ତ ବିଶେଷ ବର୍ଷାର ସମ୍ଭାବନା ନାହଁ ।

ସେହିପରି କାଁ ଭାଁ ଜିଲ୍ଲା ଗୁଡ଼ିକରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ । ବର୍ତମାନ ଯେଉଁ ଘୂର୍ଣ୍ଣିବଳୟ ରହିଛି ତାହା ଲଘୁଚାପରେ ପରିଣତ ହେଲେ ସୁଧା ତାର ପ୍ରଭାବ ଆନ୍ଧ ଉପରେ ଅଧିକ ରହିବା ସହ ଦକ୍ଷିଣ ଓଡ଼ିଶାରେ କିଛି କିଛି ସ୍ଥାନରେ ବର୍ଷା ହେବ । ଜୁଲାଇ ମାସରେ ସାଧାରଣତ ଭଲ ବର୍ଷା ହେଉଥିବାରୁ ଚାଷୀଙ୍କ ପାଇଁ ଏହା ଜରୁରୀ ମାସ । ହେଲେ ଗତ ୨ -୩ ବର୍ଷ ହେବ ଜୁଲାଇ ଅପେକ୍ଷା ଅଗଷ୍ଟ ଓ ସେପଟେମ୍ବରରେ ଅଧିକ ବର୍ଷା ରେକର୍ଡ ହୋଇଛି । ତେଣୁ ଚଳିତ ବର୍ଷ ମଧ୍ୟ ୧୫ ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିତି ରହିବ ।

wp:embed {"url":"https://www.prameyanews7.com/will-ucc-apply-to-dharmendra-and-hemas-marriage-said-mehbooba-mufti/","type":"wp-embed","providerNameSlug":"prameya-news-7"}
https://www.prameyanews7.com/will-ucc-apply-to-dharmendra-and-hemas-marriage-said-mehbooba-mufti/
/wp:embed


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.