ପାଓ୍ଵେଲଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ଵେଷ୍ଟଇଣ୍ଡିଜର ଲଢୁଆ ସ୍କୋର, କୁଲଦୀପଙ୍କୁ ୩ ଓ୍ଵିକେଟ୍

Published By : Prameya-News7 Bureau | August 08, 2023 IST

ଗୁଏନା: ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳା ଯାଉଥିବା ତୃତୀୟ ଟି-୨୦ ମୁକାବିଲାରେ ଘରୋଇ ଓ୍ଵେଷ୍ଟଇଣ୍ଡିଜ ଲଢୁଆ ସ୍କୋର କରିଛି। ବ୍ରେଣ୍ଡନ କିଙ୍ଗଙ୍କ ୪୨ ରନ ଓ ଅଧିନାୟକ ରୋଭମ୍ୟାନ ପାଓ୍ଵେଲଙ୍କ ବିସ୍ଫୋରକ ଅପରାଜିତ ୪୦ ରନ ବଳରେ  ଓ୍ଵେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୫୯ ରନ କରିଛି। ମ୍ୟାଚ୍ ଜିତି ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଭାରତକୁ ୧୬୦ ରନ ଦରକାର। ଭାରତ ପକ୍ଷରୁ ସଫଳ  ବୋଲର ଭାବେ କୁଲଦୀପ ଯାଦବ ୨୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଘରୋଇ ଦଳ ୨-୦ରେ ଅଗ୍ରଣୀ ହାସଲ କରିଛି। ଭାରତ ଆଜିର ମ୍ୟାଚ୍ ହାରିଲେ ସିରିଜ୍‌ ହରାଇବ।

wp:heading {"level":4}

ଅଧିକ ପଢନ୍ତୁ- ଏସିଆ କପ୍ ଓ ବିଶ୍ଵକପ୍ ପାଇଁ ଭାରତୀୟ ଦଳର ୧୮ ଜଣିଆ ଦଳ ଫାଇନାଲ୍ ! ଏହି ଖେଳାଳି ସାମିଲ୍

/wp:heading

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜର ଦୁଇ ଓପନର ବ୍ରେଣ୍ଡନ କିଙ୍ଗ୍ ଓ କାଇଲ୍ ମେୟର୍ସ ଭଲ ଆରମ୍ଭ ଦେଇଛନ୍ତି। ଦୁଇ ବ୍ୟାଟର ସତର୍କତାର ସହ ବ୍ୟାଟିଂ କରି ପ୍ରଥମେ ଓ୍ଵିକେଟ୍‌ରେ ୫୫ ରନ ଯୋଡ଼ିଛନ୍ତି। ଅକ୍ଷର ପଟେଲ୍ କାଇଲ୍ ମେୟର୍ସଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଛନ୍ତି। ମେୟର୍ସ ୨୦ ବଲ୍‌ରୁ ୩ଟି ଚୌକା ଏବଂ ୧ ଛକା ଜରିଆରେ ୨୫ ରନ କରି ପାଭିଲିୟନ ଫେରିଛନ୍ତି। ଜନସନ ଚାର୍ଲ୍ସ(୧୨)ଙ୍କୁ କୁଲଦୀପ ଯାଦବ ଆଉଟ୍ କରି ଭାରତକୁ ଦ୍ଵିତୀୟ ସଫଳତା ଦେଇଛନ୍ତି। ଫର୍ମରେ ଥିବା ନିକୋଲାସ ପୂରନଙ୍କୁ ଆଉଟ୍ କରି କୁଲଦୀପ ଭାରତକୁ ବଡ଼ ସଫଳତା ଦେଇଛନ୍ତି। ସେ ୧୨ ବଲ୍‌ରୁ ୨ ଚୌକା ଓ ୧ ଛକା ବଳରେ ୨୦ ରନ କରିଥିଲେ।

छवि

କ୍ରିଜରେ ଜମି ଥିବା ବ୍ରେଣ୍ଡନ କିଙ୍ଗ ୪୨ ରନର ଉପଯୋଗୀ ଇନିଂସ ଖେଳିଥିଲେ। କୁଲଦୀପ ଯାଦବ ତାଙ୍କୁ ଆଉଟ୍ କରି ବ୍ୟକ୍ତିଗତ ତୃତୀୟ ସଫଳତା ହାସଲ କରିଛନ୍ତି। ସିମରନ ହେଟମାୟର(୯) ଓ୍ଵିକେଟ୍‌ରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଅଧିନାୟକ ରୋଭମ୍ୟାନ ପାଓ୍ଵେଲ୍ ଅପରାଜିତ ୪୦ ରନର ବିସ୍ଫୋରକ ଇନିଂସ ଖେଳିବାରୁ ଓ୍ଵେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୫୯ ରନ କରିଛି।

ଭାରତ ପକ୍ଷରୁ ସଫଳ ବୋଲର ଭାବେ କୁଲଦୀପ ଯାଦବ ୨୮ ରନ ବ୍ୟୟ କରି ୩ଟି ଓ୍ଵିକେଟ୍ ନେଇଛନ୍ତି। ସେହିପରି ଅକ୍ଷର ପଟେଲ୍ ଓ ମୁକେଶ କୁମାର ପ୍ରତ୍ୟେକ ଗୋଟିଏ ଲେଖାଏ ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.