ରୋମାଞ୍ଚକ ସ୍ଥିତିରେ ପୋର୍ଟ ଅଫ୍ ସ୍ପେନ୍ ଟେଷ୍ଟ, ବିଜୟଠୁ ୮ ୱିକେଟ୍ ଦୂରରେ ଭାରତ

Published By : Prameya-News7 Bureau | July 24, 2023 IST

ପୋର୍ଟ ଅଫ ସ୍ପେନ ୨୪।୦୭ : ରୋଚକ ସ୍ଥିତିରେ ପୋର୍ଟ ଅଫ ସ୍ପେନ୍ ଟେଷ୍ଟ ମ୍ୟାଚ । ଚତୁର୍ଥ ଦିନରେ ବର୍ଷା ବାଧା ସତ୍ବେ ଭାରତ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ବିଜୟ ଲାଗି ରାସ୍ତା ପ୍ରସ୍ତୁତ କରିଛି । ଦଳ ବିଜୟଠାରୁ ଆଉ ୮ୱିକେଟ୍ ଦୂରରେ ରହିଥିବା ବେଳେ ଘରୋଇ ୱେଷ୍ଟଇଣ୍ଡିଜ୍ ଟିମ୍‌ ସଂଘର୍ଷ ଜାରି ରଖିଛି ।

ଖବର ଅନୁଯାୟୀ, ୨ୟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍‌ ୪୩୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ଜବାବରେ ଓ୍ୱେଷ୍ଟଇଣ୍ଡିଜ୍‌ ୨୫୫ ରନ୍‌ ଅଲ୍ଆଉଟ୍‌ ହୋଇଯାଇଥିଲା । ଏହାପରେ ଦ୍ବିତୀୟ ଇନିଂସରେ ଭାରତ ୧୮୧ ରନ୍ ରେ ପାଳି ଘୋଷଣା କରିବା ସହ ଘରୋଇ ଦଳ ସାମ୍ନାରେ ୩୬୫ ରନ୍ ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଭାରତୀୟ ୨ୟ ଇନିଂସରେ ମାତ୍ର ୨୪ ଓଭର ଖେଳି ୧୮୧ ରନ୍‌ କରି ପାଳି ଘୋଷଣା କରିଥିଲା । ଟିମ୍‌ ପକ୍ଷରୁ ରୋହିତ ଶର୍ମା ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ତାଙ୍କ ପଛକୁ ଇଷାନ୍‌ କିଷାନ ବି ୫୨ ରନ୍‌ରେ ବିସ୍ଫୋରକ ପାରି ଖେଳିଥିଲେ । ଏହାପରେ ଜୈସଓ୍ୱାଲ୍‌ ୩୮ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଶୁଭମନ୍‌ ଗିଲ୍‌ ୨୯ ରନ୍‌ କରି ଅପରାଜିତ ରହିଥିଲେ ।

ଘରୋଇ ଟିମ୍‌କୁ ୩୬୫ ରନ୍‌ର ଟାର୍ଗେଟ ଦେଇଥିଲା ଭ୍ରମଣକାରୀ ଦଳ । ଜବାବରେ ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଇନିଂସରେ ୨ୱିକେଟ୍ ହରାଇ ୭୬ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ଓପନର ବ୍ରାଥ୍‌ଓ୍ୱେ ୨୮ ରନ୍‌ , ମ୍ୟାକେଞ୍ଜିଂ ଖାତା ନଖୋଲି ପାଭିଲିୟନ୍‌ ଫେରିଥିଲେ । ଉଭୟ ଓ୍ୱିକେଟ୍‌ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଖାତାକୁ ଯାଇଛି । ୨ୟ ଟେଷ୍ଟକୁ ଓ୍ୱେଷ୍ଟଇଣ୍ଡିଜ୍‌ ଟିମ୍‌କୁ ଜିତିବାକୁ ହେଲେ ଆଉ ୨୮୯ ରନ୍‌ର ଆବଶ୍ୟକତା ରହିଛି ।

ଭାରତର ପ୍ରଥମ ଇନିଂସ-୪୩୮

ଓ୍ୱେଷ୍ଟଇଣ୍ଡିଜ୍‌ର ପ୍ରଥମ ଇନିଂସ-୨୫୫

ଭାରତ ୨ୟ ଇନିଂସ-୧୮୧/୨

ଓ୍ୱେଷ୍ଟଇଣ୍ଡିଜ୍‌- ୭୬/୨ (୩୨)

wp:embed {"url":"https://www.prameyanews7.com/virat-kohli-favorite-foreign-ground/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-favorite-foreign-ground/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.