ନୂଆଦିଲ୍ଲୀ 23/12 : ଦୁନିଆରେ ଅନେକ ଭବିଷ୍ୟବକ୍ତା ଏବଂ ଦାର୍ଶନିକ ଅଛନ୍ତି, ଯାହାର ଭବିଷ୍ୟବାଣୀ ଉପରେ ଲୋକମାନେ ଆଜି ବି କରନ୍ତି ବିଶ୍ୱାସ । ଫରାସୀ ଦାର୍ଶନିକ ନୋଷ୍ଟ୍ରାଡାମସ୍ ସେମାନଙ୍କ ମଧ୍ୟରୁ ଜଣେ । ଆଉ କିଛି ଦିନର ଅପେକ୍ଷା। ୨୦୨୪ ବର୍ଷ ଆରମ୍ଭ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ସମସ୍ତେ ଜାଣିବାକୁ ଆଗ୍ରହୀ ଯେ ନୂଆ ବର୍ଷ ସେମାନଙ୍କ ପାଇଁ କିମ୍ବା ଦେଶ ତଥା ବିଶ୍ବ ପାଇଁ କିପରି ରହିବ । ଶହ ଶହ ବର୍ଷ ପୂର୍ବେ ୨୦୨୪ ବର୍ଷ ପାଇଁ ନୋଷ୍ଟ୍ରାଡାମସ୍ ପୂର୍ବାନୁମାନ କରିଥିଲେ । ଯଦି ତାଙ୍କର କଥା ସତ୍ୟ ବୋଲି ପ୍ରମାଣିତ ହୁଏ ତେବେ ଆଗାମୀ ବର୍ଷ ବିଶ୍ୱ ପାଇଁ ନୁହେଁ ଶୁଭ। ଜର୍ମାନରେ ହିଟଲରଙ୍କ ଅଭ୍ୟୁଦୟ ଏବଂ ଆମେରିକାର ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କୁ ଗୁଳିକରି ହତ୍ୟା ସମେତ ପ୍ରାୟ ୧୦୦ ଜଣଙ୍କ ପାଇଁ ନୋଷ୍ଟ୍ରାଡାମସ୍ ପୂର୍ବାନୁମାନ କରିଥିଲେ। ସେ ତାଙ୍କ କବିତା ମାଧ୍ୟମରେ ଭବିଷ୍ୟବାଣୀ କରୁଥିଲେ । ବିଶ୍ବର ଲୋକମାନେ ତାଙ୍କ କବିତାଗୁଡ଼ିକୁ ଡିକୋଡ୍ କରି ତାଙ୍କର ଭବିଷ୍ୟବାଣୀ ଲୋକଲୋଚନକୁ ଆଣୁଛନ୍ତି ।
{"id":886909,"width":740,"height":358,"sizeSlug":"full","linkDestination":"none"}ରାଷ୍ଟ୍ରପତି ନିର୍ବାଚନ- ୨୦୨୪ ପାଇଁ ନୋଷ୍ଟ୍ରାଡାମସ ଭବିଷ୍ୟବାଣୀ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ତାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୨୪ ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଅସ୍ଥିରତା ହେଇପାରେ ଏବଂ ସେଠାରେ ଗୃହଯୁଦ୍ଧ ପରି ପରିସ୍ଥିତି ଉପୁଜିପାରେ ।
{"id":886911,"width":736,"height":436,"sizeSlug":"full","linkDestination":"none"}ଯୁଦ୍ଧ - ନୋଷ୍ଟ୍ରାଡାମସଙ୍କ ଅନୁଯାୟୀ ନୂଆ ବର୍ଷରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇପାରେ । ସେ ତାଙ୍କ କବିତାରେ କହିଛନ୍ତି ଯେ ‘ଲାଲ ଶତ୍ରୁ ଭୟରେ ହଳଦିଆ ହୋଇଯିବ, ମହାସାଗରରେ ଭୟ ଆସିବ।’ ଅନେକ ଲୋକ ଲାଲ ଶତ୍ରୁକୁ କମ୍ୟୁନିଷ୍ଟ ଚୀନ୍ ବୋଲି ଭାବୁଛନ୍ତି ।
wp:html /wp:htmlନ୍ୟୁକ୍ଲିଅର ବ୍ଲାଷ୍ଟ -ନୋଷ୍ଟ୍ରାଡାମସ୍ ତାଙ୍କ ପୁସ୍ତକରେ ଲେଖି ଚେତାବନୀ ଦେଇଛନ୍ତି ଯେ ୨୦୨୪ ମସିହାରେ ପରମାଣୁ ବିସ୍ଫୋରଣ ହେବ । ଯାହା ଜଳବାୟୁ ଉପରେ ଗଭୀର ପ୍ରଭାବ ପକାଇବ । ନୋଷ୍ଟ୍ରାଡାମସ୍ କହିଛନ୍ତି ଯେ ୨୦୨୪ ମସିହାରେ ଅନେକ ଜଳବାୟୁ ପରିବର୍ତ୍ତନ ହେବ ଏବଂ ପୃଥିବୀ ପୂର୍ବ ଅପେକ୍ଷା ଅଧିକ ଉତ୍ତପ୍ତ ହେବ। ଚଳିତ ବର୍ଷ ହିଟ ୱେଭ ଅଧିକ ଗୁରୁତର ହୋଇପାରେ ।
ନୋଷ୍ଟ୍ରାଡାମସ୍ ଅନେକ ଭବିଷ୍ୟବାଣୀ କରିଛନ୍ତି। କିଛି ସତ ହୋଇଛି ତ କିଛି ନାହିଁ। ତେବେ ଏବେ ଏହି ସବୁ ଭବିଷ୍ୟବାଣୀ ଉପରେ ସମସ୍ତଙ୍କ ନଜର।
Also Read- ଦ୍ୱାଦଶ ପାସ୍ ; ଅଟୋ ଚଲେଇବା ବେଳେ ମିଳିଲା ଆଇଡିଆ, ହୋଇଗଲେ ଷ୍ଟକ୍ ମାର୍କେଟ୍ ଏକ୍ସପର୍ଟ !