‘ଅଚ୍ଛେ ଦିନ୍’, ‘ଘର-ଘର ମୋଦୀ’, ‘ଅବକି ବାର୍ ମୋଦୀ ସରକାର’… ଯେତେବେଳେ ନାରା ବଦଳାଇ ଦେଲା ନିର୍ବାଚନୀ ମୁଡ୍

Published By : Prameya-News7 Bureau | May 27, 2023 IST

ନୂଆଦିଲ୍ଲୀ: ୨୦୨୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଐତିହାସିକ ବିଜୟ ହାସଲ କରିଥିଲା । ବିଜେପିର ଏହି ବିଜୟରେ ନିର୍ବାଚନୀ ନାରାର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ୨୦୧୪ ମସିହାରେ ବିଜେପି ପ୍ରାୟ ୧୦ ବର୍ଷ ବ୍ୟବଧାନ ପରେ କ୍ଷମତାକୁ ଫେରିଥିଲା ଏବଂ ଏହାପରେ ୨୦୧୯ ଲୋକସଭା ନିର୍ବାଚନରେ ପୁଣି ଥରେ କ୍ଷମତାସୀନ ହୋଇଥିଲା । ଆଜି ଆମେ ବିଜେପିର ସେହି ନିର୍ବାଚନୀ ନାରା ବିଷୟରେ କହିବୁ ଯାହା ବଳରେ ଦଳ ଏକାକୀ ନିର୍ବାଚନୀ ମୁଡକୁ ବଦଳାଇ ଦେଇଥିଲା ।

{"id":793249,"sizeSlug":"full","linkDestination":"none"}

'ଅବକି ବାର ମୋଦୀ ସରକାର' ନାରା

୨୦୧୪ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସକୁ କ୍ଷମତାରୁ ହଟାଇବା ପାଇଁ ବିଜେପି ଦମଦାର୍ ନାରା ଦେଇଥିଲା । ଲୋକସଭା ନିର୍ବାଚନରେ ବିଜେପି ଏପରି ଅନେକ ନାରା ଦେଇଥିଲା, ଯାହା ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚି ପାରିଥିଲା । ବିଜେପି ନାରା ଥିଲା 'ଅବକି ବାର ମୋଦୀ ସରକାର' । କଂଗ୍ରେସର ବିଫଳତାକୁ ଦର୍ଶାଇବା ପାଇଁ ବିଜେପି 'ଅବକି ବାର ମୋଦୀ ସରକାର' ନାରାର ବହୁଳ ବ୍ୟବହାର କରିଥିଲା । ଏହା ଏପରି ପରିବର୍ତ୍ତନ ଆଣିଲା ଯେ ପିଲାଙ୍କଠାରୁ ବୟସ୍କ ସଭିଙ୍କ ମୁହିଁରେ ଶୁଣିବାକୁ ମିଳିଲା । ଏହିପରି ବିଜେପି ଅନେକ ନିର୍ବାଚନୀ ନାରା ଦେଇଥିଲା, ଯାହା ତାର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

{"id":793250,"sizeSlug":"full","linkDestination":"none"}

ଏହି ସବୁ ନାରା ବିଜେପି ନୌକାକୁ କରାଇଥିଲେ ପାର୍

wp:list
  • ବହୁତ ହୁଆ କିଷାନୋ ପର ଅତ୍ୟାଚାର, ଅବକି ବାର ମୋଦୀ ସରକାର
  • କଂଗ୍ରେସ ମୁକ୍ତ ଭାରତ
  • ଅଚ୍ଛେ ଦିନ ଆନେ ୱାଲେ ହୈ
  • ହର-ହର ମୋଦୀ, ଘର-ଘର ମୋଦୀ
  • ସବକା ସାଥ ସବକା ବିକାଶ
/wp:list

୨୦୧୪ ପରି ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ରେକର୍ଡ ବିଜୟ ହାସଲ କରିଥିଲା । ଏହି ବିଜୟରେ ମଧ୍ୟ ସବୁଠୁ ବଡ଼ ଭୂମିକା ଅବକି ବାର୍ ମୋଦୀ ସରକାର ନାରାର ରହିଥିଲା । ମିଶନ ୨୦୧୯ ପାଇଁ ବିଜେପି ଫିର୍ ଏକ ବାର ମୋଦୀ ସରକାର ନାରା ଦେଇଥିଲା । ଏହାଛଡା ମୋଦୀ ହେ ତୋ ମୁମକିନ ହେ ନାରା ମଧ୍ୟ ବେଶ ଲୋକପ୍ରିୟ ହୋଇଥିଲା ।

ପଢନ୍ତୁ:

wp:embed {"url":"https://www.prameyanews7.com/australias-leaders-envy-prime-minister-modis-ability-to-rally-20000-people/","type":"wp-embed","providerNameSlug":"prameya-news-7"}
https://www.prameyanews7.com/australias-leaders-envy-prime-minister-modis-ability-to-rally-20000-people/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.