ମନ୍ଦିରରେ ବିରାଜିଲେ ରାମଲାଲା...ହଜାରେ ବର୍ଷ ଯାଏ ମନେ ରହିବ ଆଜିର ଦିନ; ଅଯୋଧ୍ୟାରେ ଭାବୁକ ହେଲେ ପିଏମ୍ ମୋଦୀ

Published By : Prameya-News7 Bureau | January 22, 2024 IST

ନୂଆଦିଲ୍ଲୀ: ଶତାବ୍ଦୀର ସଂଘର୍ଷ ଏବଂ ଅପେକ୍ଷା ପରେ ପ୍ରଭୁ ଶ୍ରୀରାମ ଆସିଛନ୍ତି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବୁକ ହୋଇଛନ୍ତି । ସେ ଅଯୋଧ୍ୟାରେ ନିଜ ଭାଷଣରେ କହିଛନ୍ତି ଯେ ଅନେକ କିଛି କହିବାକୁ ଅଛି, କିନ୍ତୁ କଣ୍ଠ ଅବରୁଦ୍ଧ ଅଛି । ପିଏମ୍ କହିଛନ୍ତି ଯେ ମୋର କଣ୍ଠ ଅବରୁଦ୍ଧ ଅଛି, ମନ ଏବେ ବି ସେହି ବିଦ୍ୟ ମୁହୂର୍ତ୍ତରେ ଲୀନ ଅଛି । ଆମର ରାମଲାଲା ଏବେ ଟେଣ୍ଟରେ ରହିବେ ନାହିଁ । ସେ ଏବେ ବିଦ୍ୟ ମନ୍ଦିରରେ ରହିବେ । ପିଏମ୍ ମୋଦୀ କହିଛନ୍ତି ଯେ ୨୦୨୪ ଜାନୁଆରୀ ୨୨ କେବଳ ଏକ ତାରିଖ ନୁହେଁ ବରଂ ଏକ କାଳଚକ୍ରର ଉଦ୍ରେକ ଅଟେ । ରାମ ମନ୍ଦିରର ଭୂମି ପୂଜନ ପରଠାରୁ ପ୍ରତିଦିନ ସାରା ଦେଶରେ ଉତ୍କଣ୍ଠା ଏବଂ ଉତ୍ସାହ ବଢିଥିଲା । ଆଜି ଆମ ଶ୍ରୀରାମଙ୍କୁ ମନ୍ଦିର ମିଳିଛି । ପରାଧୀନତାର ମାନସିକତାକୁ ଭାଙ୍ଗି ବଢୁଥିବା ରାଷ୍ଟ୍ର ନୂଆ ଇତିହାସର ସୃଜନ କରୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ରାମଙ୍କ କାମ ହନୁମାନଙ୍କ ବିନା କେବେ ବି ସମ୍ଭବ ନୁହେଁ । ଏଥିପାଇଁ ହନୁମାନ ଜୀ, ମାତା ଜାନକୀ ଏବଂ ଳକ୍ଷ୍ମଣ ଜୀଙ୍କୁ ପ୍ରଣାମ କରୁଛି । ମୁଁ ଆଜି ଦୈବୀୟ ଅନୁଭବ କରୁଛି, ଯେଉଁମାନଙ୍କ ମହାନ ତ୍ୟାଗରୁ ଏହି କାର୍ଯ୍ୟ ପୂର୍ଣ୍ଣ ହୋଇଛି, ସେମାନେ ବି ଆଜି ଆମ ମଧ୍ୟରେ ଉପସ୍ଥିତ ଅଛନ୍ତି । ମୁଁ ସେହି ସମସ୍ତଙ୍କୁ ପ୍ରଣାମ କରୁଛି । ଆଜିଠାରୁ ଏକ ହଜାର ବର୍ଷ ପରେ ବି ଏହି ତାରିଖକୁ ଲୋକେ ମନେ ରଖିବେ । ଏହି ମୁହୂର୍ତ୍ତ ଉପରେ ଚର୍ଚ୍ଚା କରିବେ । ଏହା ରାମଙ୍କ ଅପରାକୃପା ଯେ ଆମେ ସମସ୍ତେ ଏହି ମୁହୂର୍ତ୍ତକୁ ଦେଖୁଛୁ ।

wp:html /wp:html

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭଗବାନ ରାମ ନିକଟରେ ମୁଁ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛି ଯେ ଆମର ପୁରୁଷାର୍ଥ ତ୍ୟାଗ ଏବଂ ତପସ୍ୟାରେ କିଛି ତ୍ରୁଟି ରହି ଯାଇଥିବ, ଯେଉଁଥି ପାଇଁ ଆମେ ଏତେ ଶତାବ୍ଦୀ ଯାଏ ଏହି କାର୍ଯ୍ୟ କରିପାରି ନଥିଲୁ । ମୁଁ ବିଶ୍ୱାସ କରୁଛି ଯେ ପ୍ରଭୁ ରାମ ଆଜି ଆମକୁ ନିଶ୍ଚିତ କ୍ଷମା ଦେବେ । ପିଏମ୍ ମୋଦୀ କହିଛନ୍ତି ଯେ ଆମର ଅନେକ ପୂର୍ବ ପିଢି ରାମଙ୍କ ବିରୋଧ ସହିଥିଲେ । ସେ କହିଛନ୍ତି ଯେ ଭାରତର ସମ୍ୱିଧାନର ପ୍ରଥମ ପୃଷ୍ଠାରେ ପ୍ରଭୁ ରାମ ବିଜାରମାନ ଅଛନ୍ତି । କିନ୍ତୁ ସମ୍ୱିଧାନକୁ ଗ୍ରହଣ କରାଯିବା ପରେ ବି ଦଶନ୍ଧି ଯାଏ ପ୍ରଭୁ ରାମଙ୍କ ଅସ୍ତିତ୍ୱକୁ ନେଇ ଆଇନଗତ ଲଢେଇ ଲଢିବାକୁ ପଡ଼ିଥିଲା । ମୁଁ ନ୍ୟାୟପାଳିକାକୁ ଧନ୍ୟବାଦ ଜଣାଉଛି, ଯିଏ ନ୍ୟାୟର ରକ୍ଷା କରିଛନ୍ତି ।

ପିଏମ୍ ମୋଦୀ କହିଛନ୍ତି ଯେ ଆଜି ସାରା ଦେଶ ଦୀପାବଳି ପାଳନ କରୁଛି । ଆଜି ସଂଧ୍ୟାରେ ଘରେ ଘରେ ରାମ ପ୍ରଜ୍ୱଳନ କରିବା ପ୍ରସ୍ତୁତି କରୁଛନ୍ତି । ପିଏମ୍ ଏହା ବି କହିଛନ୍ତି ଯେ ୧୧ ଦିନର ଅନୁଷ୍ଠାନର ମୋତେ ସେହି ସବୁ ସ୍ଥାନକୁ ଯିବାର ସୌଭାଗ୍ୟ ମିଳିଛି, ଯେଉଁଠି ପ୍ରଭୁ ଶ୍ରୀରମଙ୍କ ଚରଣ ପଡ଼ିଥିଲା । ମୋର ସୌଭାଗ୍ୟ ଯେ ସମୁଦ୍ରରୁ ସରଯୂ ଯାଏ ଯିବାର ସୁଯୋଗ ମିଳିଛି ।

Also Read: ଦିବ୍ୟ ମନ୍ଦିରରେ ବିଜାରିଲେ ରାମଲାଲା, ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଲା ୮୪ ସେକେଣ୍ଡରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.