ଦଶହରାରେ ଭୁଲ୍‌ରେ ମଧ୍ୟ କରନ୍ତି ଏହି ଭୁଲ୍ କାମ, ନଚେତେ ବିଗିଡିପାରେ ଅନେକ କାମ !

Published By : Prameya-News7 Bureau | October 12, 2024 IST

ନୂଆଦିଲ୍ଲୀ ୧୨।୧୦: ଶୁଭ ଦିନ ଦଶହରା । କିଛି ଏପରି କାମ ରହିଛି ଯାହାକୁ ଦଶହରାରେ ଭୁଲରେ ମଧ୍ୟ କରିବା ଉଚିତ୍ ନୁହେଁ । ଏହି କାମ କରିବା ଅଶୁଭ ବୋଲି ବିବେଚନା କରାଯାଏ । ଆସନ୍ତୁ ଜାଣିବା ଦଶହରାରେ କେଉଁ କାମ କରିବା ଉଚିତ୍ ନୁହେଁ । 

ଦଶହରା ଦିନ ବିବାହ କରିବା ନିଷେଧ ହୋଇଥାଏ । ତେଣୁ ଏହି ଦିନ ଘରେ ବିବାହ ସମାରୋହ ରଖନ୍ତୁ ନାହିଁ  । ଦଶହରା ଦିନ ଝଗଡାରୁ ଦୂରେଇ ରହିବା ଉଚିତ୍ । ଏହି ଦିନଟି ବିଜୟ, ଶାନ୍ତି ଏବଂ ସମୃଦ୍ଧିର ପ୍ରତୀକ । ତେଣୁ ନକାରାତ୍ମକତାଠାରୁ ଦୂରରେ ରୁହନ୍ତୁ ।

 ଏହି ଦିନ ମଦ୍ୟପାନ ଓ ଶାକାହାରୀ ଖାଦ୍ୟ ଖାଇବା ନିଷେଧ ବୋଲି ବିବେଚନା କରାଯାଏ । ଏହା ଏକ ପବିତ୍ର ଦିନ । ତେଣୁ ଏହି ଦିନ ସଂପୂର୍ଣ୍ଣ ସାତ୍ବିକ୍ ଖାଦ୍ୟ ଖାଇବା ଉଚିତ୍ । ଯଦି କୌଣସି ନୂଆ କାମ କିମ୍ବା ପ୍ରକଳ୍ପ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ଦଶହରାରେ କରନ୍ତୁ ନାହିଁ । 

ଦଶହରା ଦିନ ଘର ଅପରିଷ୍କାର ରହିବା ଉଚିତ୍ ନୁହେଁ। ଏହି ଦିନ ଘରକୁ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦିଆଯାଏ । ଦଶହରା ଦିନରେ କୌଣସି ପ୍ରକାରେ ଗଛ କାଟନ୍ତୁ ନାହିଁ ।  ଏହି ଦିନ ଗଛ କାଟିବା ନିଷେଧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.