ମୁମ୍ଵାଇ ୨୦।୦୧; ଭାରତର ସୁପରଷ୍ଟାର ଜାଭେଲିନ୍ ଥ୍ରୋଅର ନୀରଜ ଚୋପ୍ରା । ୨୦୨୫ ର ପ୍ରଥମ ମାସରେ ସମଗ୍ର ଦେଶକୁ ସବୁଠାରୁ ବଡ ସରପ୍ରାଇଜ୍ ଦେଇଛନ୍ତି। ଅଲିମ୍ପିକ୍ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ବିଜେତା ନୀରଜ ଚୋପ୍ରା ବିବାହ କରିଛନ୍ତି। ଭେଟେରାନ୍ ଆଥଲେଟ୍ ଏହି ଖବର କାହାକୁ ଜଣାଇ ନଥିଲେ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସିକ୍ରେଟ ବିବାହ କରିଥିଲେ । ଜାନୁଆରୀ ୧୯, ଶନିବାର ଦିନ ସୋସିଆଲ ମିଡିଆ ମାଧ୍ୟମରେ ନୀରଜ ଏହି ବିଷୟରେ ସମଗ୍ର ବିଶ୍ୱକୁ ସୂଚନା ଦେଇଥିଲେ । ସେ ଯାହାକୁ ବିବାହ କରିଛନ୍ତି ତାଙ୍କ ନାମ ହିମାନୀ ମୋର୍ । ତେବେ ଆସନ୍ତୁ ଜାଣିବା ନୀରଜଙ୍କ ହୃଦୟ ଜିତିଥିବା ଏହି ହିମାନୀ କିଏ?
ହିମାନୀ ହରିୟାଣାର ବାସିନ୍ଦା
ପ୍ରଶଂସକମାନେ ଜାଣିବାକୁ ଚାହାଁନ୍ତି ଯେ ହିମାନୀ ମୋର୍ କିଏ? ହିମାନୀ ଜଣେ ଟେନିସ୍ ପ୍ରଶିକ୍ଷକ ଏବଂ ସେ ହରିୟାଣାର ବାସିନ୍ଦା । ନୀରଜ ହରିୟାଣାର ପାନିପତ ଜିଲ୍ଲାର ଖଣ୍ଡରା ଗାଁର ବାସିନ୍ଦା ହୋଇଥିବାବେଳେ ହିମାନୀ ସୋନିପତ ଜିଲ୍ଲାର ଲଡସୌଲି ଗାଁର ଅଟନ୍ତି।
ଆମେରିକାରୁ ଅଧ୍ୟୟନ, ପରେ ଟେନିସ୍ କୋଚ୍
ରିପୋର୍ଟ ଅନୁଯାୟୀ, ୨୫ ବର୍ଷୀୟ ହିମାନୀ ମୋର୍ ସୋନିପତ ସ୍କୁଲରୁ ପ୍ରାଥମିକ ଶିକ୍ଷା କରିଥିଲେ । ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରରୁ ରାଜନୀତି ବିଜ୍ଞାନ ଏବଂ ଫିଜିକାଲ ଏଜୁକେସନରେ ସ୍ନାତକ ହାସଲ କରିଥିଲେ। ତା’ପରେ ସେ ଆମେରିକାରେ ପାଠ ପଢିବା ସହ ସେଠାରେ ଟେନିସ୍ ମଧ୍ୟ ଖେଳିଥିଲେ । ପରେ ସେ ଟେନିସ୍ କୋଚିଂ ମଧ୍ୟ ଆରମ୍ଭ କରିଥିଲେ। ସେ ଆମେରିକାର ନ୍ୟୁ ହାମ୍ପସାୟାରର ଫ୍ରାଙ୍କଲିନ୍ ପିରେସ୍ ୟୁନିଭରସିଟିରେ ଟେନିସ୍ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ସେହି କଲେଜର ମହିଳା ଟେନିସ୍ ଦଳକୁ ପ୍ରଶିକ୍ଷଣ ଦେବା ବ୍ୟତୀତ ସେ ସେମାନଙ୍କୁ ସମ୍ପୂର୍ଣ୍ଣ ପରିଚାଳନା କରୁଛନ୍ତି।
ହିମାନୀଙ୍କର ଜଣେ ଭାଇ ଅଛନ୍ତି । ସେ ମଧ୍ୟ ଟେନିସ ଖେଳନ୍ତି। ହିମାନୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପାଇଁ ଜାତୀୟ ସ୍ତରରେ ଟେନିସ ଖେଳିଛନ୍ତି। ସେ ତାଇପେରେ ଅନୁଷ୍ଠିତ ୨୦୧୭ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ। ୨୦୧୬ରେ ହିମାନି ସ୍ବର୍ଣ୍ଣ ପଦକ ଜିତିଥିଲେ।