କିଏ ହାତେଇବ ପଶ୍ଚିମଗଡ ? କେମିତି ଜିଣି ହେବ ପଶ୍ଚିମାଞ୍ଚଳ ଭୋଟରଙ୍କ ମନ ? ଅଙ୍କ କଷୁଛନ୍ତି ଶାସକ ଓ ବିରୋଧୀ

Published By : Prameya-News7 Bureau | July 15, 2023 IST

ଭୁବନେଶ୍ଵର: ରାଜ୍ୟ ରାଜନୀତିର କେନ୍ଦ୍ରରେ ପଶ୍ଚିମ ଓଡିଶା । ପଶ୍ଚିମାଞ୍ଚଳର ୫ ଲୋକସଭା ସିଟ ୩୫ ବିଧାନସଭା ସିଟରେ କିଏ କେତେ ସିଟ ହାତେଇବ ସେନେଇ ଶାସକ ବିରୋଧୀଙ୍କ ଭିତରେ ବଳ କଷାକଷି ଆରମ୍ଭ ହୋଇଯାଇଛି । ପଶ୍ଚିମ ଓଡିଶାର ସବୁ ଲୋକସଭା ସିଟ ବିଜେପି ହାତରେ ଥିବାବେଳେ ବିଜେଡି ହାତରେ ରହିଛି ଅଧିକାଂଶ ବିଧାନସଭା ସିଟ । ୨୦୨୪ ନିର୍ବାଚନରେ ପଶ୍ଚିମ ଗଡରେ ନିଜର ସିଟ ବଢାଇବାକୁ ଏବେଠୁ ଜୋର୍ ଲଗାଇଲେଣି ସବୁ ଦଳ । ରାଜ୍ୟ ସରକାର ପଶ୍ଚିମ ଓଡିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ ଯୋଜନା ଘୋଷଣା କରିବା ପରେ ଏବେ ଏହାକୁ ନେଇ ଜୋର୍  ଧରିଛି ରାଜନୀତି।

wp:heading {"level":4}

ଅଧିକ ପଢନ୍ତୁ- ବିଧାୟକ ମହମ୍ମଦ ମୋକିମ ଏବଂ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରେ ଆକ୍ସନ, ସସ୍‌ପେଣ୍ଡ କଲା AICC

/wp:heading

ଫୋକସରେ ପଶ୍ଚିମ ଓଡିଶା ପଲିଟିକ୍ସ । କିଏ ହାତେଇବ ପଶ୍ଚିମଗଡ । କେମିତି ଜିଣି ହେବ ପଶ୍ଚିମାଞ୍ଚଳ ଭୋଟରଙ୍କ ମନ । ୨୦୨୪  ନିର୍ବାଚନକୁ ନଜରରେ  ରଖି ପଶ୍ଚିମ ଗଡ ହାତେଇବାକୁ ଅଙ୍କ କଷିଲେଣି ଉଭୟ ଶାସକ ଓ ବିରୋଧୀ । ପଶ୍ଚିମ ଓଡିଶା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି  ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମ । ଯୋଜନାରେ ପଶ୍ଚିମ ଓଡିଶାରେ ୧୨୫ କୋଟି ବ୍ୟୟରେ ନିର୍ମାଣ ହେବ ପାଖାପାଖି ୨ ହଜାର ସଭାଗୃହ । ପଶ୍ଚିମ ଓଡିଶା ଲୋକଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ଆହୁରି ସକ୍ରିୟ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ପରେ ତେଜିଛି ପଶ୍ଚିମ ଓଡିଶା ପଲିଟିକ୍ସ ।

{"id":817534,"sizeSlug":"full","linkDestination":"none"}

ବିଜେପି କହିଛି ପଶ୍ଚିମ ଓଡିଶା ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆସ୍ଥା ପ୍ରକଟ କରି ଗତଥର ୫ ଲୋକସଭା ସିଟରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରାଇଥିଲେ । ଏବେ ବିଜେପି ଦୁର୍ଗକୁ କେମିତି ଭଙ୍ଗା ଯିବ ସେଥିପାଇଁ ସରକାର ଏଭଳି ଯୋଜନା ଘୋଷଣା କରିଛନ୍ତି । କଂଗ୍ରେସ ବି ସମାନ ଯୁକ୍ତି ବାଢ଼ିବା ସହ ଏହା ପଛରେ ରାଜନୀତିର ଗନ୍ଧ ବାରିଛି ।

wp:heading {"level":4}

ଅଧିକ ପଢନ୍ତୁ- ନବଦାସ ହତ୍ୟା କାଣ୍ଡ ମାମଲା: ଚାର୍ଜସିଟ୍‌କୁ ରଦ୍ଦି କାଗଜ କହିଲେ ବିଜେପି ସାଂସ

/wp:heading

ସେପଟେ ବିରୋଧୀଙ୍କ ଆରୋପର ଜବାବରେ ବିକାଶର ଦ୍ବାହି ଦେଇଛି ବିଜେଡି । ବିଜେଡି ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଛନ୍ତି,  ନିର୍ବାଚନକୁ ଆଖିରେ ରଖି ସରକାର ଏଭଳି ଘୋଷଣା କରି ନାହାନ୍ତି । ବରଂ ପଶ୍ଚିମ ଓଡିଶାର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଯୋଜନା କରିଛନ୍ତି । ଏହା ଦ୍ବାରା ପଶ୍ଚିମ ଓଡିଶାର ସବୁ ବର୍ଗର ଲୋକେ ଉପକୃତ ହେବେ ।

{"id":817535,"sizeSlug":"full","linkDestination":"none"}

୨୦୧୯ରେ ପଶ୍ଚିମ ଓଡିଶା ମଧ୍ୟ ସବୁ ରାଜନୈତିକ ଦଳଙ୍କ ନଜରରେ ରହିଥିଲା । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦ୍ବିତୀୟ ସିଟ ଭାବେ ବିଜେପୁରକୁ ବାଛିଥିଲେ । ବିଜେପିର ଶୀର୍ଷ ନେତୃତ୍ବ ବି ବାରମ୍ବାର ପଶ୍ଚିମ ଓଡିଶା ଗସ୍ତ କରିଥିଲେ । ଯାହାକୁ ନେଇ ସରଗରମ ହୋଇଥିଲା ପଶ୍ଚିମ ଓଡିଶା ରାଜନୀତି । ଆଉ ଏବେ ୨୪ ନିର୍ବାଚନ ପୂର୍ବରୁ ଶାସକ- ବିରୋଧୀଙ୍କ ରଣନୀତି ପଶ୍ଚିମ ଓଡିଶା ପଲିଟିକ୍ସକୁ ସରଗରମ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.