ଦଶହରାରେ ଲୋକେ କାହିଁକି ଖାଆନ୍ତି ଜିଲାପି, ଜାଣନ୍ତୁ ପ୍ରଥା କେବେଠୁ ପ୍ରଚଳିତ

Published By : Prameya-News7 Bureau | October 12, 2024 IST

ନୂଆଦିଲ୍ଲୀ ୧୨।୧୦: ନବରାତ୍ରିର ଶେଷ ଦିନକୁ ଦଶହରା ଭାବେ ସାରା ଦେଶରେ ପାଳନ କରାଯାଏ। ଏହି ଦିନଟିକୁ ‘ମନ୍ଦ ଉପରେ ଭଲର ବିଜୟ’ ରୂପେ ପାଳନ କରାଯାଏ। ସେ ଦିନ ରାବଣ ଦହନ ଓ ଶସ୍ତ୍ର ପୂଜନ ମଧ୍ୟ କରାଯାଏ। ଏହା ଛଡା ବିଭିନ୍ନ ସ୍ଥାନର ପରମ୍ପରା ଅନୁସାରେ ଲୋକେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି। ତେବେ ବାସ୍ତବ କଥା ହେଉଛି ପ୍ରଭୁ ଶ୍ରୀରାମ ଚନ୍ଦ୍ର ଏହି ଦିନ ରାବଣ ବଧ କରିଥିଲେ ଓ ମା ସୀତାଙ୍କୁ ଲଙ୍କାରୁ ଉଦ୍ଧାର କରିଥିଲେ। ଏହା ଛଡା ଦଶହରାକୁ ଦେବୀ ଦୁର୍ଗାଙ୍କ ମହିଷାସୁର ବଧ ସହ ମଧ୍ୟ ଯୋଡି ଦେଖାଯାଏ। 

ତେବେ ବିନା ଜିଲାପିରେ ଦଶହରା ଉତ୍ସବ ପାଣିଚିଆ ଲାଗେ।  ଦଶହରା ଦିନ ଘରେ ଘରେ ଲୋକେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି ନିଜେ ଖାଆନ୍ତି ଓ ବନ୍ଧୁ ବାନ୍ଧବରେ ବି ବାଣ୍ଟନ୍ତି। ତେବେ ରାବଣ ପୋଡି ପରେ ଲୋକେ ଜିଲାପି ଖାଆନ୍ତି। ଦଶହରାରେ ଜିଲାପି ପରମ୍ପରା ଶହଶହ ବର୍ଷରୁ ପ୍ରଚଳିତ। ତେବେ କେହି କେବେ ଭାବନି ଏ ଦିନ ଜିଲାପି କାହିଁକି ଖିଆଯାଏ। ପୌରାଣିକ କଥା ଅନୁସାରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଶଶକୁଲି ନାମକ ଏକ ମିଷ୍ଟାନ୍ନ ବହୁତ ପସନ୍ଦ। ରାବଣ ବଧ ଖୁସିରେ ଶ୍ରୀରାମ ଚନ୍ଦ୍ର ଶଶକୁଲି ଖାଇଥିଲେ। ଆଜିର ଦିନରେ ସେହି ମିଠେଇକୁ ଜିଲାପି ବୋଲି କୁହାଯାଉଛି। 

ଶ୍ରୀରାମଙ୍କ ଦ୍ୱାରା ଜିଲାପି ଖାଇ ଉତ୍ସବ ପାଳନ କରିଥିବାରୁ ଦସହରା ଉତ୍ସବ ସହିତ ଜିଲାପି ଜଡିତ ହୋଇଯାଇଛି। ଏହି କାରଣରୁ ଲୋକେ ରାବଣ ପୋଡି ପରେ ପରସ୍ପରକୁ ଜିଲାପି ଖୁଆଇ ଶୁଭେଚ୍ଛା ଜଣାନ୍ତି। ଏହା ଛଡା ଭାରତର କେତେକ ଅଞ୍ଚଳରେ ଦଶହରା ଦିନ ଲୋକେ ପରସ୍ପରକୁ ପାନ ଓ ପାମ୍ପଡ ଖୁଆଇ ମଧ୍ୟ ଶୁଭେଚ୍ଛା ଜଣାନ୍ତି। ପାମ୍ପଡ ଦକ୍ଷିଣ ଭାରତୀୟ ଖାଦ୍ୟ ଏଣୁ  ଦକ୍ଷିଣରେ ପାମ୍ପଡ ପ୍ରଥା ପ୍ରଚଳିତ ଥିବା ବେଳେ ଉପକୂଳରେ ଲୋକେ ଦଶହରାରେ ପାନ ଖୁଆଇ ଉତ୍ସବ ପାଳନ କରନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.