ଦଶହରାରେ କାହିଁକି ଖିଆଯାଏ ଜିଲାପି ? ଜାଣନ୍ତୁ କେମିତି ଆରମ୍ଭ ହେଲା ପରମ୍ପରା…

Published By : Prameya-News7 Bureau | October 11, 2024 IST

ନୂଆଦିଲ୍ଲୀ ୧୧।୧୦: ଦଶହରା । ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ । ଏହି ଦିନ ରାବଣ ପୋଡି ହୁଏ  ଏବଂ ଅସ୍ତ୍ରଶସ୍ତ୍ର ପୂଜା କରାଯାଏ । ଏହାବ୍ୟତୀତ ଅନେକ ପରମ୍ପରା ପାଳନ କରାଯାଏ । 

ଜିଲାପି ବିନା ଦଶହରା ପର୍ବ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଦଶହରା ଦିନ ଲୋକମାନେ ଘରେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ରାବଣ ପୋଡି ପରେ ଜିଲାପି ଖିଆଯିବାର ରହିଛି ପରମ୍ପରା । ଏହା ଅନେକ ବର୍ଷ ଧରି ଚାଲିଆସୁଛି । କିନ୍ତୁ କେହି ଚିନ୍ତା କରିଛନ୍ତି କି ଏହି ଦିନ କାହିଁକି ଖିଆଯାଏ ଜିଲାପି ? ଆସନ୍ତୁ ଜାଣିବା…

କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଶ୍ରୀରାମଙ୍କୁ ଶଶକୁଳି ନାମକ ଏକ ମିଠା ବହୁତ ପସନ୍ଦ ଥିଲା ।  ବର୍ତ୍ତମାନ ସେହି ମିଠା ଜିଲାପି ନାଁରେ ଜଣାଶୁଣା । ଭଗବାନ ରାମ ଏହି ମିଠା ଖାଇ ତାଙ୍କର ବିଜୟ ଉତ୍ସବ ପାଳନ କରିଥିଲେ । ପ୍ରଭୁ ଶ୍ରୀରାମ ଜିଲାପି ଖାଇ ଉତ୍ସବ ପାଳନ କରିବା ପରେ ଆରମ୍ଭ ହୋଇଥିଲା ଦଶହରାରେ ଜିଲାପି ଖାଇବାର ପରମ୍ପରା । 

ଏହି କାରଣ ହେଉଛି ରାବଣ ଦାହ ପରେ ଲୋକମାନେ ଜିଲାପି ଖାଇ ଭଗବାନ ରାମଙ୍କ ବିଜୟ ଉତ୍ସବ ପାଳନ କରନ୍ତି । ଦଶହରା ଦିନ ଜିଲାପି ଖାଇବା ବ୍ୟତୀତ ପାନ ଏବଂ ଫାଫଡା ଖାଇବାର ପରମ୍ପରା ରହିଛି । 

ରାବଣ ଦହନ ପରେ ଲୋକମାନେ ପରସ୍ପରକୁ ପାନ ପତ୍ର ଖାଇବାକୁ ଦିଅନ୍ତି ଏବଂ ପରସ୍ପରକୁ ଆଲିଙ୍ଗନ କରନ୍ତି । ଏହାସହିତ ଅନେକ ସ୍ଥାନରେ ଲୋକମାନେ ଜିଲାପି ସହ ଫାଫଡା ଖାଇ ଉତ୍ସବ ପାଳନ କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.