ଅଯୋଧ୍ୟା ମନ୍ଦିରରେ ଶ୍ରୀରାମଙ୍କ ମୂର୍ତ୍ତି କଳା ରଙ୍ଗର କାହିଁକି ? ଜାଣନ୍ତୁ ଏହା ପଛର କାରଣ

Published By : Prameya-News7 Bureau | January 22, 2024 IST

ଅଯୋଧ୍ୟା: ଆଜି ଅଯୋଧ୍ୟାରେ ରାମ ମନ୍ଦିର ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ବିଧି ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ସଂପନ୍ନ ହୋଇଛି। ସମଗ୍ର ଦେଶରେ ଆଜି ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ  ଲାଗି ରହିଛି। ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ବାଲ୍ୟାବସ୍ଥାର ମନମୋହକ ଓ ଦିବ୍ୟ ଛବି ସାମ୍ନାକୁ ଆସିଛି। ତେବେ ରାମଲାଲାଙ୍କ ମୂର୍ତ୍ତି କଳା ରଙ୍ଗର ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। କାହିଁକି ମୂର୍ତ୍ତି କଳାରଙ୍ଗର ରହିଛି ? ଆସନ୍ତୁ ଜାଣିବା...

wp:heading {"level":4}

Also read- ରାମ ମନ୍ଦିରରେ ପ୍ରତିବର୍ଷ ହେବ ପାଞ୍ଚ କୋଟି ଭକ୍ତଙ୍କ ସମାଗମ, ଆମେରିକୀୟ ସଂସ୍ଥାର ଅନୁମାନ

/wp:heading

ଶ୍ରୀରାମଙ୍କ ମୂର୍ତ୍ତିଙ୍କ କଳା ରୂପର ପ୍ରେରଣା ମହର୍ଷି ବାଲ୍ମିକିଙ୍କ ରାମାୟଣରୁ ମିଳିଥାଏ, ଯେଉଁଥିରେ ଏହାର ଚିତ୍ରଣ ସ୍ପଷ୍ଟ ଭାବେ ବର୍ଣ୍ଣନା କରାଯାଇଛି। ଫଳରେ ଆବାହନ କାଳରୁ ଭଗବାନ ଶ୍ରୀରାମଙ୍କ ଶ୍ୟାମଳ ରୂପର ପୂଜା ଏକ ପବିତ୍ର ପରମ୍ପରାରେ ପରିଣତ ହୋଇଛି। ଏହା ବ୍ୟତୀତ ମୂର୍ତ୍ତିକୁ ଶ୍ୟାମ ଶିଳା ପଥରରେ ନିର୍ମାଣ କରାଯାଇଛି। ଏହି ପଥର କେଉଁ ପ୍ରାଚୀନ କାଳରୁ ନିଜର ସ୍ଵତନ୍ତ୍ର ମହତ୍ଵ ପାଇଁ ଖ୍ୟାତି ଲାଭ କରିଛି। ଏହି ଅଭିନବ ପଥର ମୂର୍ତ୍ତିକୁ ଦୀର୍ଘାୟୁ କରିବା ସହ ସମୟ ସହିତ ଏହାକୁ ଅକ୍ଷୁର୍ଣ୍ଣ ରଖିଥାଏ।

Ram Mandir Inauguration: Pran Pratishtha done; PM Modi unveils Ram Lalla  idol in Ayodhya| Photos | Mint

ହିନ୍ଦୁ ଅନୁଷ୍ଠାନମାନଙ୍କରେ ବିଶେଷ କରି ଅଭିଷେକ ସଂପର୍କିତ ପୂଜା ସମୟରେ ଜଳ, ଚନ୍ଦନ, କ୍ଷୀର ପଦାର୍ଥ ବ୍ୟବହାର କରାଯାଏ। ଶ୍ୟାମ ଶିଳା ପଥରରେ ରାମଲାଲାଙ୍କ ମୂର୍ତ୍ତି ଏଥିପାଇଁ ନିର୍ମାଣ କରାଯାଇଛି ଯେଉଁଥିରେ ଯେତେ ଅଭିଷେକ କଲେ ବି ମୂର୍ତ୍ତିର କ୍ଷୟ ଘଟିବ ନାହିଁ। ଏସବୁ ଦିଗକୁ ଦୃଷ୍ଟିରେ ରଖି ରାମଲାଲାଙ୍କ ମୂର୍ତ୍ତି ଶ୍ୟାମଳ ପଥରରେ ନିର୍ମାଣ କରାଯାଇଛି।

ଅଯୋଧ୍ୟାରେ ପ୍ରଭୁ ରାମଲାଲା ବିଜାରିତ ହୋଇଛନ୍ତି । ୫୦୦ ବର୍ଷର ଅପେକ୍ଷା ଆଜି ୮୪ ସେକେଣ୍ଡରେ ଶେଷ ହୋଇଛି । ଭାବ, ଶ୍ରଦ୍ଧା ଏବଂ ଆସ୍ଥାର ମହାପର୍ବରେ ସାରା ଦେଶ ସାମିଲ ହୋଇଛି। ଜୟ ଶ୍ରୀରାମ ଧ୍ୱନିରେ ଅଯୋଧ୍ୟା ସହ ଦେଶର ପ୍ରତିଟି କୋଣ କମ୍ପୁଛି । ଅଯୋଧ୍ୟାରେ ସେହି ମୁହୂର୍ତ୍ତ ଅବର୍ଣ୍ଣନୀୟ ଥିଲା । ଉପସ୍ଥିତି ଅତିଥି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛନ୍ତି । ଏହାସହ ୧୫୨୭ ମହିସାରୁ ଚାଲି ଆସୁଥିବା ରାମଜନ୍ମଭୂମିର ସଂଘର୍ଷର ଏତ ସୁଖଦ ପରିମାଣ ସହ ଶେଷ ହୋଇଛି ।

First Pics Of Ram Lalla Idol, Adorned In Gold, After Temple Consecration

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରତିମୂର୍ତ୍ତିର ଆଖିରେ ବନ୍ଧା ଯାଇଥିବା କପଡ଼ାକୁ ଖୋଲାଯାଇଥିଲା । ଏହାପରେ ସମସ୍ତେ ଭଗବାନ ରାମଙ୍କ ଦିବ୍ୟ ଦର୍ଶନ କରିଛନ୍ତି । ଆକାଶରୁ ପ୍ରାୟ ୩ ମିନିଟ୍ ଯାଏ ପୁଷ୍ପ ବର୍ଷା ହୋଇଥିଲା । ଏହିପରି ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ପ୍ରାଣ ପ୍ରତିଷ୍ଠା ଆୟୋଜନ ୮୪ ସେକେଣ୍ଟର ଶୁଭ ମୁହୂର୍ତ୍ତରେ ହୋଇଥିବା ପୂଜା ସହ ସମାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.