ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେ କି ୨ ସ୍ପିନର ? ରୋହିତ ଶର୍ମା କହିଲେ- ସମସ୍ତ ଖେଳାଳି ପ୍ରସ୍ତୁତ ରୁହନ୍ତୁ

Published By : Prameya-News7 Bureau | June 06, 2023 IST

ଲଣ୍ଡନ: ଲଣ୍ଡନର ଓଭାଲରେ ଜୁନ ୭ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ମହାମୁକାବିଲା ପାଇଁ ଭାରତୀୟ ଦଳର ଚୂଡାନ୍ତ ଏକାଦଶ କେମିତି ରହିବ ଏବଂ ଦଳର ରଣନୀତି  କଣ ରହିବ ଏହାର ଉତ୍ତର ରଖିଛନ୍ତି ଅଧିନାୟକ ରୋହିତ ଶର୍ମା। ରୋହିତ ୨ ସ୍ପିନରଙ୍କୁ ଖେଳାଇବା ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ରୋହିତ ମୁକାବିଲାର ଅବ୍ୟବେହିତ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ କେତେ ଜଣ ସ୍ପିନରଙ୍କୁ ଖେଳାଇବୁ ତାହା ଜୁନ ୭ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହା ଦେଖିବାକୁ ପଡ଼ିବ ଯେ ଏଠାରେ ପିଚ୍ର ଆବଭାବ ପ୍ରତିଦିନ ବଦଳୁଛି କି ନାହିଁ। ତେଣୁ ଦଳର ସମସ୍ତ ୧୫ ଖେଳାଳି ପ୍ରସ୍ତୁତ ରହିବା ଉଚିତ୍। ମୋତେ ଭାରତୀୟ କ୍ରିକେଟ୍ ଦଳକୁ ଆଗେଇ ନେବା ଏବଂ ଅଧିକରୁ ଅଧିକ ମ୍ୟାଚ୍ ଜିତି ଚାମ୍ପିଅନ କରାଇବାର ଦାୟିତ୍ଵ ମିଳିଛି।

wp:html /wp:html

ରୋହିତ ଶର୍ମା କହିଛନ୍ତି, କ୍ରିକେଟ୍ ଏକ୍ସପର୍ଟ ଅନେକ ବିଶ୍ଳେଷଣ କରନ୍ତି, ମାତ୍ର ୫ ଦିନ ପରେ ଜଣା ପଡ଼ିବ ଯେ କେଉଁ ଦଳ ପ୍ଲେଇଙ୍ଗ କଣ୍ଡିସନର ଭଲ ଉପଯୋଗ କରିଛନ୍ତି। ପ୍ରଥମ ଥର କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ରୋହିତ ଶର୍ମା ଦଳର ନେତୃତ୍ଵ ନେଉଛନ୍ତି। ସେ କହିଛନ୍ତି ଏହି ମ୍ୟାଚ୍‌କୁ ନେଇ ଆମେ ଅଧିକ ଚିନ୍ତା କରୁନୁ। ଅଧିକ ଚିନ୍ତା କରି ନିଜ ଉପରେ ଚାପ ପକାଇବାକୁ ଚାହୁଁନୁ।

wp:html /wp:html

ଡବ୍ଲ୍ୟୁଟିସି ଫାଇନାଲ୍‌ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ ଅଶ୍ଵିନ, ଅକ୍ଷର ପଟେଲ୍, କେଏସ ଭରତ(ଓ୍ଵକେଟ୍ କିପର), ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଜୟଦେବ ଉନାଦକତ, ଉମେଶ ଯାଦବ, ଇଶାନ କିଷନ(ଓ୍ଵିକେଟ୍ କିପର)।

ଷ୍ଟାଣ୍ଡବାଇ ଖେଳାଳି- ଯଶସ୍ଵୀ ଜୟସଓ୍ଵାଲ, ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ।

wp:heading {"level":4}

ଏ ଖରର ପଢନ୍ତୁ- ICC ଟ୍ରଫି ଜିତିବାକୁ ଖେଳାଳି ଆଦୌ ଚାପରେ ନାହାନ୍ତି: ଫାଇନାଲ ପୂର୍ବରୁ ରାହୁଲ ଦ୍ରାବିଡ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.