ଭୁବନେଶ୍ୱର ୦୩/୦୧: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ପୁଣି ଶୀତ ଲହରୀ ଜାରି । ୫ ଡିଗ୍ରୀ ତଳକୁ ଖସିଲା ପାରଦ । ହାଡଭଙ୍ଗା ଶୀତରେ ଜୀବନ ଯାପନ ଅସ୍ତ ବ୍ୟସ୍ତ ହୋଇପଡିଛି । ନୁଆଁ ବର୍ଷ ଠାରୁ ପୁଣି ଶୀତ ଲହରୀ ଆରମ୍ଭ ହୋଇଯାଇଥିବା ବେଳେ ପର୍ଯ୍ୟଟକ ଙ୍କ ଶୁଅ ଚୁଟିଛି ।
ଡୁଡୁମା, ରାଣୀଡୁଡୁମା, ଵାଲଡା ଗୁମ୍ଫା ଭଳି ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଶୀତର ମଜା ନେବା ସହ ପ୍ରବଳ ଭିଡ଼ ଜମୁଛି । ଅଳ୍ପ ପରିମାଣ ର ଶୀତ ଅନୁଭୂତ ହେଉଥିଲେଅଧ୍ୟ ସାରା ଅଞ୍ଚଳକୁ ଢାଙ୍କି ରଖିଛି କୁହୁଡି । ଧୀରେ ଧୀରେ ଶୀତ ପ୍ରକୋପ ବଡିବା ସହ ପାରଦ ଖସିବାରେ ଲାଗିଛି । ଦିନ ଦଶଟା ପର୍ଯ୍ୟନ୍ତ ସାରା ଅଞ୍ଚଳକୁ କୁହୁଡି ଢାଙ୍କି ରହୁଛି ।
ରାସ୍ତାର ୧୦ ମିଟର ଦୂରତା ପରେ କିଛିବି ଦେଖାଯାଏନି । ଯାତାୟାତ ପାଇଁ ଭାରି ଅସୁବିଧା ହେଉଥିବା ବେଳେ ଦୁର୍ଘଟଣା ର ଶିକାର ହେଉଛି ଗାଡି ମଟର । ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ଲଗାଇ ଶୀତ ଛଡାଉଛନ୍ତି ଅଞ୍ଚଳବାସୀ l ଆଗକୁ ଆହୁରି ଶୀତ ବଡିଲେ ପର୍ଯ୍ୟଟକ ଙ୍କ ଭିଡ଼ ଆହୁରି ବଢିବା ନେଇ ଆଶା ରହିଛି l