ଟ୍ରକ୍ ଧକ୍କାରେ ସ୍ତ୍ରୀର ମୃତ୍ୟୁ ସ୍ବାମୀ ଗୁରୁତର, କ୍ଷତିପୂରଣ ଦାବିରେ ରାସ୍ତାରୋକ

Published By : Prameya-News7 Bureau | September 08, 2024 IST

ନୟାଗଡ଼: ଟ୍ରକ୍ ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର। ଏଭଳି ଏକ ମର୍ମନ୍ତୁଦ ଘଟଣା ଘଟିଛି ନୟାଗଡ଼ ଇଟାମାଟି ନିକଟରେ।  ମୃତକ ହେଲେ ନୂଆ ଘଡୁଆଳ ଗାଁର ଜୟନ୍ତୀ ପାଳ। କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଜୟନ୍ତୀ ଏବଂ ତାଙ୍କ ସ୍ବାମୀ ପ୍ରଫୁଲ୍ଲ ପାଳ କଳାମାଟିଆରୁ କୌଣସି କାମ ସାରି ସ୍କୁଟି ଯୋଗେ ନିଜ ଗାଁକୁ ଫେରୁଥିଲେ। ହେଲେ ଇଟାମାଟି ଠାରୁ କିଛି ଦୂରରେ ରାସ୍ତାକଡ଼ରେ ଛିଡା ହୋଇଥିବା ସମୟରେ ଉଭୟଙ୍କୁ, ନୟାଗଡ଼ ପଟୁ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା । ଏଥିରେ ଘଟଣାସ୍ଥଳରେ ହିଁ ଜୟନ୍ତୀଙ୍କ ମୃତ୍ୟୁ ହୋଇଯାଇଥିବାବେଳେ, ଗୁରୁତର ଆହତ ପ୍ରଫୁଲ୍ଲଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। 

ତେବେ ଦୁର୍ଘଟଣାପରେ ଡ୍ରାଇଭର ଟ୍ରକ୍ ଛାଡି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ସେପଟେ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଉତ୍ତ୍ଯକ୍ତ ଲୋକମାନେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟରାଜପଥକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟପଟରେ ବହୁ ସଂଖ୍ୟାରେ ଗାଡିମୋଟର ଅଟକି ରହିଛି । ଇଟାମାଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.