ଏକାଥରକେ ୩ ସନ୍ତାନ ଜନ୍ମ ଦେଲେ ମହିଳା : ଶିଶୁ ସୁସ୍ଥ ଥିବାବେଳେ ମା’ ଗୁରୁତର ଅସୁସ୍ଥ

Published By : Prameya-News7 Bureau | July 16, 2024 IST

ମୋହନା ୧୬।୭: ଗଜପତି ଜିଲ୍ଲା ଚନ୍ଦ୍ରଗିରି ମେଡିକାଲରେ ୩ଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ଜଣେ ମହିଳା l ମହିଳା ଜଣକ ହେଲେ ଆର.ଉଦୟଗିରି ବ୍ଲକ ମହେନ୍ଦ୍ରଗଡ଼ ପଞ୍ଚାୟତର ସୁଗୁବା ଗ୍ରାମର  ଚନ୍ଦ୍ରିକା ମଣ୍ଡଳ l ସେ ୨ଟି ଶିଶୁ କନ୍ୟା ଓ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି l ପ୍ରସବ ପରେ ମହିଳା ଜଣକ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l  

ସୂଚନାଯୋଗ୍ୟ ଯେ, ସୁଗୁବା ଗାଁର ସୁଶାନ୍ତ ମଣ୍ଡଳଙ୍କ ପତ୍ନୀ ଚନ୍ଦ୍ରିକାଙ୍କୁ ସୋମବାର ମଧ୍ୟାହ୍ନରେ ପ୍ରସବ ଯନ୍ତ୍ରଣା ହୋଇଥିଲା l ପରିବାର ଲୋକେ ଚନ୍ଦ୍ରଗିରି ମେଡିକାଲ ଆଣିଥିଲେ l କିଛି ସମୟ ପରେ ୩ଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ ଚନ୍ଦ୍ରିକା l ତେବେ ନବଜାତ ୩ ଶିଶୁ ସୁସ୍ଥ ଥିବାବେଳେ ମା’ ଚନ୍ଦ୍ରିକା ଗୁରୁତର ଅସୁସ୍ଥ ହୋଇଛନ୍ତି l ତେଣୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି l

You Can Read:

ଧାର ଟଙ୍କା ମାଗିବାକୁ କେନ୍ଦ୍ରକରି ଗୁଳିମାଡ଼ : ଜଣେ ଆହତ, ଦୁଇ ଗିରଫ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.