ଜୟପୁର: ଝିଅକୁ କଲେଜରେ ଛାଡ଼ି ଫେରିବାବେଳେ ବାଇକ୍ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଅଞ୍ଚଳାଠାରେ।ମୃତ ମହିଳା ହେଲେ ଗୀତା ସାହୁ।
ସୂଚନା ଅନୁଯାୟୀ, ମହିଳା ଜଣକ ନିଜ ଝିଅକୁ କଲେଜରେ ଛାଡ଼ିବାକୁ ଯାଇଥିଲେ। ଝିଅକୁ ଛାଡ଼ି କଲେଜରେ ରାସ୍ତା ପାର ହେଉଥିବା ବେଳେ ତାଙ୍କୁ ଗୋଟିଏ ବାଇକ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ଗୁରୁତର ଆହତ ହୋଇପଡ଼ିଥିଲେ ଗୀତା। ତେବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେବି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେପଟେ ବାଇକ୍ ଆରୋହୀ ଘଟଣାସ୍ଥଳରୁ ଫେରାର ମାରିଥିବା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।