ବର୍ଷା ଯୋଗୁ Work from home  ଲାଗି ଜାରି ହେଲା ଆଡଭାଇଜରୀ, ଜାଣନ୍ତୁ କାହା ପାଇଁ?

Published By : Prameya-News7 Bureau | July 09, 2023 IST

ନୂଆଦିଲ୍ଲୀ ୯।୭: ବର୍ଷାରେ ଦିଲ୍ଲୀ ଓ ଏନସିଆର ଏବେ ବେହାଲ। ଗୋଟି ଦିନ ବର୍ଷା ପୁରା ଏନସିଆରକୁ ଅସ୍ତବ୍ୟସ୍ତ କରିପକାଇଛି। ସ୍ଥାନେ ସ୍ଥାନୀ ପାଣି ଭରିଯାଇଥିବାରୁ ଟ୍ରାଫିକ ଡାଇଭର୍ଟ କରାଯାଉଛି। ତଥାପି ବି ଦିଲ୍ଲୀର ରାସ୍ତାମାନଙ୍କରେ ଲମ୍ବା ଜାମ ଲାଗି ରହୁଛି। ଏନସିଆରରେ ବର୍ଷା ଦିନକରେ ଅନେକ ଦଶନ୍ଧୀର ରେକର୍ଡ ଭାଙ୍ଗିଛି। ଏଣୁ ଦିଲ୍ଲୀ ସରକାର ଜରୁରୀ ବିଭାଗମାନଙ୍କରେ କର୍ମଚାରୀଙ୍କ ରବିବାର ଛୁଟି ବାତିଲ କରିଦେଇଛନ୍ତି।

{"id":814853,"width":838,"height":471,"sizeSlug":"full","linkDestination":"none"}

ସେହିପରି ଉପୁଜିଥିବା ପରିସ୍ଥିତିରେ ଗୁରୁଗ୍ରାମରେ ଥିବା ଘରୋଇ କମ୍ପାନୀ ଓ କର୍ପୋରେଟ କାର୍ଯ୍ୟାଳୟ ମାନଙ୍କୁ ସେମାନଙ୍କ କର୍ମଚାରୀଙ୍କୁ ସୋମବାରଠାରୁ ୱାର୍କ ଫ୍ରମ ହୋମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲଗାଣ ବର୍ଷାକୁ ନଜରରେ ରଖି ଗୁରୁଗ୍ରାମ ଡେପୁଟି କମିଶନର ନିଶାନ୍ତ କୁମାର ଯାଦବ ଘରୋଇ ସଂସ୍ଥା ଓ କର୍ପୋରେଟ କାର୍ଯ୍ୟାଳୟଙ୍କୁ ଏକ ପରାମର୍ଶ ଜାରି କରିଛନ୍ତି। ସୋମବାର କମ୍ପାନୀମାନେ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶିତ କରିବାକୁ କହିଛନ୍ତି।

wp:html /wp:html

ଏହା ଦ୍ୱାରା ସଡ଼କମାନଙ୍କରେ ସୃଷ୍ଟି ହେଉଥିବା ଟ୍ରାଫିକ ହ୍ରାସ ପାଇବ ଓ ସିଭିକ୍ ଏଜେନ୍ସୀଙ୍କୁ ଜଳ ନିଷ୍କାସନ ଓ ମରାମତି କାର୍ଯ୍ୟ କରିବାକୁ ସୁବିଧା ହେବ ବୋଲି କହିଛନ୍ତି। ସେହିପରି ନିଶାନ୍ତ ଯାଦବ ସ୍ଥାନୀୟ ବାସିନ୍ଦାଙ୍କୁ ବର୍ଷା ଯୋଗୁ ଘରୁ ପଦାକୁ ନ ବାହାରିବାକୁ କହିଛନ୍ତି। ରବିବାର ସକାଳୁ ଗୁରୁଗ୍ରାମ ସହରରେ ଜାରି ବର୍ଷା ଯୋଗୁ ଦିଲ୍ଲୀ-ଜୟପୁର ଏକ୍ସପ୍ରେସ୍ ୱେରେ ପାଣି ଭରି ଯାଇଛି। ନରସିଂହ ପୁର ଛକ ନିକଟ ଏକ୍ସପ୍ରେସ୍ ୱେରେ ଯାତ୍ରୀଙ୍କୁ ଟ୍ରାଫିକ ଜାମର ସମ୍ମୁଖୀନ ହେବାକୁ ପଡିଛି। ବର୍ଷାରେ ଏହି ଛକର ପରିସ୍ଥିତି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏଥିରୁ ସହରର ସବୁ ସଡ଼କରେ ବର୍ଷା ଯୋଗୁ ଉପୁଜିଥିବା ପରିସ୍ଥିତି ବେଶ୍ ଜାଣି ହେଉଛି।

{"id":814855,"width":841,"height":631,"sizeSlug":"full","linkDestination":"none"}

ଉପୁଜିଥିବା ପରିସ୍ଥିତିରେ ଗୁରୁଗ୍ରାମ ଟ୍ରାଫିକ ପୋଲିସ ଟ୍ୱିଟରର ସାହାରା ନେଇଛି ଓ ପଥଚାରୀଙ୍କୁ ଟ୍ରାଫିକ ମୁଭମେଣ୍ଟ ନେଇ ଲଗାତାର ସୂଚିତ କରୁଛି। ଏଣୁ ପୋଲିସ ଯାତ୍ରୀଙ୍କୁ ଉପୁଜିଥିବା ପରିସ୍ଥିତିରେ ଘରୁ କାମ କରିବା ଲାଗି ବିଚାର କରିବା ପାଇଁ ପରାମର୍ଶ ଦେଇଛି। ରବିବାର ଛୁଟି ଥିବାରୁ ଜାତୀୟ ରାଜମାର୍ଗ ଅଥବା ସହରର ଅନ୍ୟ ପ୍ରମୁଖ ଜଙ୍କସନମାନଙ୍କରେ ଏତେଟା ଟ୍ରାଫିକ୍ ସମସ୍ୟା ଉପୁଜି ନାହିଁ। ତେବେ ସୋମବାର କଥା ଏବେ ଚିନ୍ତାରେ ପକାଇଛି।

୫୦%ରୁ ଅଧିକ ଆସନ ଖାଲି ରହୁଥିବା ସବୁ ଟ୍ରେନ୍‌ରେ ଶସ୍ତା ହେବ A/C ଚେୟାର କାର ଓ ଏକଜ୍ୟୁକୁଟିଭ ଶ୍ରେଣୀ ଟିକେଟ୍, ଜାଣନ୍ତୁ କେତେ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.