ପିଲାଙ୍କୁ ଆଣିବାକୁ ସ୍କୁଲ ଯାଉଥିଲେ, ମରଣାନ୍ତକ ଆକ୍ରମଣ କଲେ ୪ ଦୁର୍ବୃତ୍ତ

Published By : Prameya-News7 Bureau | September 10, 2024 IST

କଳାହାଣ୍ଡି ୧୦/୯: ନର୍ଲା ଥାନା ମୁଣ୍ଡା ଗାଁରେ ଚାଞ୍ଚଲ୍ୟ । ଜଣେ ପୂଜକଙ୍କୁ ଟାଙ୍ଗିଆରେ ହାଣିଛନ୍ତି ୪ ଜଣ ଦୁର୍ବୃତ୍ତ । ଗୁରୁତର ପୂଜକ ମେଡିକାଲରେ ଭର୍ତ୍ତି । ମଙ୍ଗଳବାର ୧୧ଟା ସମୟରେ ମୁଣ୍ଡା ଗାଁର ତାରିଣୀ ମନ୍ଦିର ପୂଜକ ସୁଶାନ୍ତ ଠାକୁର ପତ୍ନୀଙ୍କ ସହ ପିଲାଙ୍କୁ ଆଣିବାକୁ ସ୍କୁଲ ଯାଉଥିଲେ  ।

ହଠାତ ୪ ଜଣ ଦୁର୍ବୃତ୍ତ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ସୁଶାନ୍ତଙ୍କ ମୁଣ୍ଡରେ ଗଭୀର ଆଗାତ ଲାଗିଛି । ତାଙ୍କୁ ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.