WTC Final : ଅଷ୍ଟ୍ରେଲିଆକୁ ଦରକାର ୭ ଓ୍ୱିକେଟ୍‌, ଭାରତକୁ ଆବଶ୍ୟକ ୨୮୦ ରନ୍‌

Published By : Prameya-News7 Bureau | June 11, 2023 IST

ଇଂଲଣ୍ଡ ୧୧।୦୬ : ରୋମାଞ୍ଚକର ସ୍ଥିତିରେ ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲ । କିଏ ଜିତି ଫାଇନାଲ ମ୍ୟାଚ୍‌ । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ରବିବାର ଫାଇନାଲ ମ୍ୟାଚ୍‌ର ପଞ୍ଚମ ଦିନ ଖେଳ ହେବ । ଭାରତ ୧୬୪ ରନ୍‌ର ପାରି ଆରମ୍ଭ କରିବ । ବର୍ତ୍ତମାନ ସୁଦ୍ଧା ଭାରତ ୩ ଓ୍ୱିକେଟ୍‌ ହରାଇ ସାରିଛି ।

wp:embed {"url":"https://www.prameyanews7.com/wtc-final-2023-shubman-gills-controversial-dismissal-sparks-debate/","type":"wp-embed","providerNameSlug":"prameya-news-7"}
https://www.prameyanews7.com/wtc-final-2023-shubman-gills-controversial-dismissal-sparks-debate/
/wp:embed

ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ଯାହାଫଳରେ କଙ୍ଗାରୁ ଟିମ୍‌ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା । ଫାଇନାଲ ମ୍ୟାଚ୍‌ର ପ୍ରଥମ ଇନିଂସରେ ବିଶାଳ ୪୬୯ ସ୍କୋର କରିଥିଲେ ଅଷ୍ଟ୍ରେଲିଆ ଟିମ୍‌ । ଏହାପରେ ଭାରତ ପ୍ରଥମ ଇନିଂସରେ ମାତ୍ର ୨୯୬ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଶେଷରେ ୨ୟ ଇନିଂସରେ ବ୍ୟାଟିଂ କରିବାକୁ ଆସି ଅଷ୍ଟ୍ରେଲିଆ ଟିମ୍‌ ୨୭୦ ରନ୍‌ କରି ପାରି ଘୋଷଣା କରିଥିଲା । ଯାହାଫଳରେ ଟିମ୍‌ ଇଣ୍ଡିଆକୁ ଫାଇନାଲ ମ୍ୟାଚ୍‌ ଜିତିବାକୁ ହେଲେ ୪୪୪ ରନ୍‌ ଆବଶ୍ୟକ ରହିଥିଲେ ।

wp:embed {"url":"https://www.prameyanews7.com/forget-wtc-final-decide-next-india-or-ipl-ravi-shastri/","type":"wp-embed","providerNameSlug":"prameya-news-7"}
https://www.prameyanews7.com/forget-wtc-final-decide-next-india-or-ipl-ravi-shastri/
/wp:embed

ତେବେ ଭାରତୀୟ ଟିମ୍‌ ୨ୟ ଇନିଂସରେ ବ୍ୟାଟିଂ କରିବାକୁ ଆସି ଭଲ ଆରମ୍ଭ ମଧ୍ୟ କରିଥିଲେ । କିନ୍ତୁ ମାତ୍ର ୪୧ ରନ୍‌ରେ ଓପନର ଶୁଭମନ୍‌ ଗିଲ୍‌ଙ୍କୁ ହରାଇଥିଲା ଟିମ୍‌ । ଏହାପରେ ରୋହିତ ଏବଂ ପୂଜାରା ପାରିକୁ ଆଗକୁ ନେବାକୁ ଚେଷ୍ଟ କରିଥିଲେ । କିନ୍ତୁ ଉଭୟ ବ୍ୟାଟରଙ୍କ ଭୁଲ୍‌ ସଟ୍‌ ଚୟସ ଯୋଗୁଁ ଫେରିଥିଲେ ପାଭିଲିୟନ୍‌ । ମାତ୍ର ୯୩ ରନ୍‌ରେ ଦଳ ହରାଇଥିଲା ୩ ଓ୍ୱିକେଟ୍‌ । ପରେ ବିରାଟ କୋହଲି ଏବଂ ଆଜିଙ୍କ୍ୟ ରାହାଣେ ବେଶ୍‌ ରକ୍ଷାଣତ୍ମକ ଭାବେ ଖେଳିଥିଲେ । ଉଭୟ ଧିରେ ଧିରେ ସ୍କୋର ବୋର୍ଡକୁ ଆଗକୁ ନେଇଥିଲେ । ୪ର୍ଥ ଦିନରେ ଖେଳ ଶେଷ ସୁଦ୍ଧା ୩ ଓ୍ୱିକେଟ୍‌ ହରାଇ ୧୪୩ ରନ୍‌ ସଂଗ୍ରହ କରିଛି ଭାରତ ।

wp:embed {"url":"https://www.prameyanews7.com/ravindra-jadeja-became-indias-most-successful-left-arm-spinner/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ravindra-jadeja-became-indias-most-successful-left-arm-spinner/
/wp:embed

ତେବେ ମ୍ୟାଚ୍‌ର ଆଜି ପଞ୍ଚମ ଦିନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ଫାଇନାଲ ଜିତିବାକୁ ହେଲେ ଭାରତକୁ ଆଉ ୨୮୦ ରନ୍‌ର ଆବଶ୍ୟକ ରହିଛି । କିନ୍ତୁ ସେପଟେ ଅଷ୍ଟ୍ରେଲିଆ ମଧ୍ୟ ଜୋରଦାର ଟକ୍କର ଦେଉଛି । ଫାଇନାଲ ମ୍ୟାଚ୍‌ ଜିତିବାକୁ ହେଲେ ଆଉ ୭ଟି ଓ୍ୱିକେଟ୍‌ । ପଞ୍ଚମ ଦିନରେ ଜୋରଦାର ଲଢେଇ ଦେଖିବାକୁ ମିଳିବ ବୋଲି କ୍ରୀଡାପ୍ରେମୀମାନେ ଆଶା ରଖିଛନ୍ତି ।

You Can Read :

wp:embed {"url":"https://www.prameyanews7.com/marnus-labuschagne-sleeping-video/","type":"wp-embed","providerNameSlug":"prameya-news-7"}
https://www.prameyanews7.com/marnus-labuschagne-sleeping-video/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.