ଚାଷ ଜମିକୁ ଯାଇଥିଲେ ଯୁବକ, ଆକ୍ରମଣ କରି ଆଖି ତାଡିଦେଲା ଭାଲୁ

Published By : Prameya-News7 Bureau | August 27, 2024 IST

ମାଥିଲି ୨୭।୮: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଚାପଲପଡା ଗ୍ରାମରେ ଭାଲୁ କାମୁଡାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଶ୍ୟାମ ଶିଶା ବୋଲି ଜଣାପଡିଛି । ତାଙ୍କ ବୟସ ୩୭ ବର୍ଷ ।  

ଶ୍ୟାମ ଜଙ୍ଗଲରେ ଥିବା ନିଜ ଜମିକୁ ଯାଇଥିବା ବେଳେ ହଠାତ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ସ୍ଥାନୀୟ ଲୋକେ ଜମିରେ କାମ କରୁଥିବା ଛାଡି ଦୌଡ଼ି ଆସିଥିଲେ l ଲୋକଙ୍କ ପାଟି ଶୁଣି ଭାଲୁଟି ଜଙ୍ଗଲକୁ ପଳାଇଥିଲା । ଭାଲୁ ଶ୍ୟାମଙ୍କ ଆଖି ଦୁଇଟି ତାଡି ଦେଇଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକ ଶ୍ୟାମଙ୍କୁ ଉଦ୍ଧାର କରିଥିଲେ । ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ମଧ୍ୟ ଗାଁକୁ ରାସ୍ତା ନଥିବା ହେତୁ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନାହିଁ । ଗାଁ ଠାରୁ ପନ୍ଦର କିଲୋମିଟର ଦୂରରେ ଅଟକି ରହିଯାଇଥିଲା l କୌଣସି ବିକଳ୍ପ ନପାଇ ଶ୍ୟାମଙ୍କୁ ପନ୍ଦର କିଲୋମିଟର ଭାରରେ ବୋହି ପରିବାର ଲୋକେ ଆମ୍ବୁଲାନ୍ସ ପାଖରେ ପହଞ୍ଚାଇ ଥିଲେ ।  ସେଠାରୁ ତାଙ୍କୁ ଖଇରିପୁଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ସଙ୍କଟ ପୂରଣ ହେବାରୁ ତାଙ୍କୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

You Can Read:

ବନ୍ଦ ଘରୁ ମହିଳା ଉଦ୍ଧାର : ତାଲା ପକାଇ ରଖିଥିଲେ ଗ୍ରାମବାସୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.