ପୁରୀ ୧୫/୨: ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ଅଭାବନୀୟ । ପୁଷ୍କରିଣୀରେ ବୁଡ଼ି ଯାଇ ଜଣେ ବ୍ୟକ୍ତିଙ୍କର ହୋଇଛି । ମୃତ ବ୍ୟକ୍ତି ଟାଉନ ଥାନା ଅଧିନ ଧାନକୁଟି ସାହିର ଆଲୋକ ବାରିକ। ଶୁକ୍ରବାର ରାତିରେ ପୁଷ୍କରିଣୀରେ ବୁଡ଼ି ଯାଇ ଆଲୋକଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ଓ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଶନିବାର ସକାଳେ ଶ୍ବେତଗଙ୍ଗା ପୁଷ୍କରିଣୀରେ କିଛି ଯୁବକ ସ୍ନାନ କରୁଥିବା ସମୟରେ ମୃତଦେହ ଦେଖିବାକୁ ପାଇଥିଲେ। ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଥାନାକୁ ଯୁବକମାନେ ଖବର ଦେଇଥିଲେ।
ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲ। ତେବେ ନିଶା ସେବନ କରି ପୁଷ୍କରିଣୀରେ ସ୍ନାନ କରୁଥିବା ସମୟରେ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ପୋଲିସ କହିଛି।