ଭାରସାମ୍ୟ ହରାଇ ମିଠା ଦୋକାନରେ ମାଡିଗଲା କାର୍, ଜଣେ ଯୁବକ ଗୁରୁତର

Published By : Prameya-News7 Bureau | September 19, 2024 IST

ଜଗତସିଂହପୁର ୧୯।୯: ଜଗତସିଂହପୁର ସଦର ଥାନା ଶ୍ରୀକୃଷ୍ଣ ଏକାଡେମୀ ନିକଟରେ ଥିବା ବୈଷ୍ଣବ ସିଂହ ମିଠା ଦୋକାନରେ ଭାରସାମ୍ୟ ହରାଇ ମାଡିଗଲା କାର୍ । ମିଠା ଦୋକାନ ସମ୍ମୁଖରେ ଛିଡା ହୋଇଥିବା ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ସ୍ଥାନୀୟ ଦେଭୋଗ ଗ୍ରାମର ରଶ୍ମୀକାନ୍ତ ସେଠୀଙ୍କ ପୁଅ ଆଶୁତୋଷ ସେଠୀ । ଗୁରୁତର ଅବସ୍ଥାରେ ଆଶୁତୋଷଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୁଣ୍ଡରେ ଆଘାତ ଯୋଗୁ ଆଶୁତୋଷ ଭୟଭୀତ ହୋଇଥିବା ବେଳେ ଏଣୁ ତେଣୁ ଗପୁଥିବା ଦେଖାଯାଇଛି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।

You Can Read:

ବହୁ ଚର୍ଚ୍ଚିତ ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା : କାହିଁକି ସିବିଆଇ ତଦନ୍ତ ନହେବ, ଜବାବ ଲୋଡିଲେ ହାଇକୋର୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.