ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ ଦାବି, ରାଜଭବନ ସମ୍ମୁଖରେ ଯୁବ ଓ ଛାତ୍ର ବିଜେଡିର ବିକ୍ଷୋଭ

Published By : Prameya-News7 Bureau | July 18, 2024 IST

ଭୁବନେଶ୍ବର ୧୮: ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ ଦାବିରେ ରାଜଭବନ ସମ୍ମୁଖରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେଡି ଅଭିଯୋଗ କରିଛି ଯେ, ଘଟଣାକୁ ୧୧ ଦିନ ବିତିଗଲାଣି କିନ୍ତୁ ବିଜେପି ସରକାର ରାଜ୍ୟପାଳଙ୍କ ପୁଅ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ମୋହନ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଥିଲେ । କିନ୍ତୁ ଆଜି ଜଣେ ଝାଡ଼ଖଣ୍ଡ ପୁଅ ଓଡ଼ିଆ ଯୁବକଙ୍କୁ ଦୁର୍ବ୍ୟବହାର କରିଛନ୍ତି । ଯେତେବେଳେ ଜଣେ ଓଡ଼ିଆ ପୁଅ ନ୍ୟାୟ ମାଗୁଛନ୍ତି ସେତେବେଳେ ତାଙ୍କୁ ବଦଳି କରାଯାଉଛି । କୁଆଡେ ଗଲା ଓଡ଼ିଆ ଅସ୍ମିତା ବୋଲି ବିଜେଡି ପ୍ରଶ୍ନ କରିଛି । ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରାନଗଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଗତ ୭ ତାରିଖରେ ଯେବେ ରାଷ୍ଟ୍ରପତି ପୁରୀରେ ଥିଲେ, ସେଠି ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଓଡିଶା ସରକାରଙ୍କ ASOଙ୍କୁ ସାଙ୍ଗମାନଙ୍କ ସହ ମାଡ଼ ମାରିବା, ଅସମ୍ମାନ କରିବା, ନିର୍ଯାତନା ଦେବା ଅଭିଯୋଗ ହୋଇଥିଲା । ଏ ନେଇ ASO ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଜିଲ୍ଲପାଳ, ଡିଜିଙ୍କ ନିକଟରେ ଅଭିଯୋଗ କରିଥିଲେ ।

You Can Read:

ବନ୍ଦ ଘରୁ ମହିଳା ଡାକ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.