ଚୌଦ୍ବାର ରେଳଧାରଣାରୁ ଓକିଲଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଖୋଜୁଛି ପୋଲିସ

Published By : Prameya-News7 Bureau | July 26, 2024 IST

ଚୌଦ୍ବାର ୨୬/୭:ଚୌଦ୍ବାର ଥାନା ଅନ୍ତର୍ଗତ ଶଙ୍କରପୁର ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଆଜି ସକାଳୁ ରେଳ ଧାରଣରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡିଥିବା ଦେଖି ଲୋକେ ସ୍ଥାନୀୟ ପୋଲିସ ଓ କଟକ GRP ଥାନାକୁ ଜଣାଇଥିଲେ । ପୋଲିସ ମୃତଦେହ ସହ ପାଖରେ ପଡିଥିବା ୨ଟି ମୋବାଇଲ,ମନି ପର୍ସ ଓ କିଛି ପରିଚୟ ପତ୍ର ଜବତ କରିଛି । 

ପରଚୟ ପତ୍ରରୁ ମୃତକଙ୍କ ନାଁ ସୌମ୍ୟ ପ୍ରକାଶ ମହାପାତ୍ର ବୋଲି ଜଣାପଡିଛି । ଘର କଟକ ମାନସିଂ ପାଟଣା । ପେଶାରେ ଜଣେ ଓକିଲ । ତାଙ୍କ ବୟସ ପାଖାପାଖି ୫୦ ବର୍ଷ ହେବ ।

ତେବେ ସେ କାହିଁକି କଟକରୁ ଶଙ୍କରପୁର ରେଲୱେ ଲାଇନକୁ ଆସିଲେ ? ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଏଠାରେ ଫିଙ୍ଗି ଦେଇଛି ତାହା ଜଣାପଡିନି । ପରିବାର ଲୋକଙ୍କ ସହ ଯୋଗାଯୋଗ ଚାଲିଛି,ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ପୋଲିସ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.