ଖସିଗଲେ ୩ ଶିକାରୀ,ଜଣକୁ ବାନ୍ଧିଲା ବନବିଭାଗ, ବାର୍‌ହା ମୃତଦେହ ଜବତ

Published By : Prameya-News7 Bureau | June 17, 2024 IST

୧୭/୬: ଭୁବନ ବନ ବିଭାଗକୁ ସଫଳତା । ବାର୍‌ହାର ମୃତଦେହ ସହ ଜଣେ ଶିକାରୀ ଗିରଫ  । ଭୁବନ ବନାଞ୍ଚଳ ଭାରତୀ ପାହାଡ ଅଞ୍ଚଳରୁ ଦୀର୍ଘ ଦିନ ହେବ ବାର୍‌ହା ଶିକାର ହେଉଥିବା ଅଭିଯୋଗ ହେଉଥିଲା । ଖବର ପାଇ ବନବିଭାଗର ଏକ ଟିମ୍‌ ପାହାଡ ନିକଟ ଆମ୍ବ ମାଳିଆ ଧୋଡା ଜଙ୍ଗଲରେ ଚଢାଉ କରିଥିଲେ । ଗୋଟିଏ ବାର୍‌ହାକୁ ୪ଜଣ କାଟୁଥିବା ସମୟରେ ପହଞ୍ଚିଯାଇଥିଲା ବନ ବିଭାଗ । ୩ଜଣ ଚକ୍‌ମା ଦେଇ ଖସିଯାଇଥିବାବେଳେ ଜଣେ ଶିକାରୀ ବନବିଭାଗ ହାତରେ ଧରାପଡିଯାଇଥିଲା । ଗିରଫ ଶିକାରୀ ବାଉଁଶକଣ ଗାଁର ପ୍ରେମା ପ୍ରଧାନ । ମୃତ ବାର୍‌ହାଟି ୫୦କିଲୋରୁ ଅଧିକ ହେବ । ବାର୍‌ହାର ପୋଷ୍ଟମର୍ଟମ ପରେ ତାକୁ ପୋତି ଦିଆଯାଇଛି । 


You Can Read:

କାଶୀପୁରରେ ବ୍ୟାପିଚାଲିଛି ଅଜଣା ରୋଗ: ଭୟଭୀତ ଲୋକ, ଗାଁରେ ଖେଳିଯାଇଛି ନୀରବତା


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.